ଭତ୍ତାସଂଘର୍ଷ ସମିତି ପକ୍ଷରୁ ଗଣ ସତ୍ୟାଗ୍ରହ
ବ୍ୟାସନଗର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବ୍ୟାସନଗର ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ସହ ସୁଭଦ୍ରା ଯୋଜନା କିସ୍ତି ବଣ୍ଟନ ବେଳେ ଓଡିଶା ଭତାପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଗଣସତ୍ୟାଗ୍ରହ ଗୋପବନ୍ଧୁ ଛକରେ କରାଯାଇଥିଲା । ଗୋପବନ୍ଧୁଙ୍କର ପତିମୂର୍ତ୍ତି ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଯେପରି କେନ୍ଦୁଝର ଠାରେ ଭତ୍ତା ବୃଦ୍ଧି ଘୋଷଣା କଲେ ଠିକ ସେହିପରି ବ୍ୟାସଭୂମି ଓ ବିରଜାକ୍ଷେତ୍ରକୁ ଆସିଥିବାରୁ ମାସିକ ୩ହଜÿାର ଟଙ୍କା ସମସ୍ତ ହିତାଧିକାରୀଙ୍କ ପାଇଁ ଘୋଷଣା କରିବା ଦାବିରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ସତ୍ୟାଗ୍ରହରେ ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ସଞ୍ଜୁଲତା ନାୟକ, ଉତମ ମହାନ୍ତି, ବିଦ୍ୟାଧର ଜେନା, ମହେନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇ ସରକାର ନିର୍ବାଚନ ବେଳେ, ଦେଇଥିବା ପ୍ରତିଶ୍ରୁତି ଅନୁଯାଇ ସମସ୍ତ ଭତ୍ତାଧାରୀଙ୍କୁ ୩ ହଜାର ଟଙ୍କା ପ୍ରଦାନ ନ କଲେ ବିଧାନସଭା ଘେରାଉ କରିବା ସହିତ ବିଜେପି ନେତାଙ୍କ ସଭାସମିତି ଗୁଡିକରେ ପ୍ରତିବାଦ କରାଯିବାକୁ ଚେତାବନି ଦେଇଥିଲେ ।