ଭାଙ୍ଗିଲା ପିସିସି, ହଟିଲେ ଶରତ ଜିଲ୍ଲା ସଭାପତିମାନେ କାମଚଳା ଦାୟିତ୍ୱରେ


ଭୁବନେଶ୍ୱର : ଚବିଶ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟୟର ସାମ୍ନା କରିଛି  । ପୂର୍ବାପେକ୍ଷା ବିଧାନସଭା ଆସନ ବଢ଼ିଥିଲେବି ଆଶାନୁରୂପକ ସଫଳତା ମିଳିପାରିନାହିଁ  । ଯାହାକୁ ନେଇ କଂଗ୍ରେସରେ ନେତା ନେତାଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା  । ଶେଷରେ ବହୁ ଘଣ୍ଟାଚକଟା ପରେ ପ୍ରଦେଶ  କଂଗ୍ରେସ କମିଟିକୁ ଆଜି ଏଆଇସିସି ଭାଙ୍ଗି ଦେଇଛି  । 
ପ୍ରଦେଶ କଂଗ୍ରେସ କମିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ପାଇଁ ଆସିଥିବା ପ୍ରସ୍ତାବକୁ ଏଆଇସିସି ଅନୁମୋଦନ ଦେଇଛି ବୋଲି କେସି ଭେନୁଗୋପାଲ୍‌ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି  । ଫଳରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପଦ ବି ଚାଲିଯାଇଛି  । ପିସିସିର ସମସ୍ତ ପଦାଧିକାରୀ, କାର୍ଯ୍ୟକାରୀ କମିଟି, ଜିଲ୍ଲା, ବ୍ଳକ କଂଗ୍ରେସ କମିଟି, ଛାମୁଆ ସଂଗଠନ, ବିଭାଗ ଓ ସେଲଗୁଡ଼ିକ ବି ଭାଙ୍ଗିଯାଇଛି  । ତେବେ ନୂତନ ଜିଲ୍ଲା ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜିଲ୍ଲା ସଭାପତିମାନେ କାମଚଳା ଦାୟିତ୍ୱରେ ରହିବେ