ଚିକିଟିରେ ନିର୍ବାଚନୀ ହିଂସା
ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସାର ବାତାବରଣ ସୃଷ୍ୟି ହୋଇଛି। ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ବିଜେପି ଏଜେଣ୍ଟଙ୍କୁ ବୁଥ ଭିତରକୁ ବିଜେଡି ସମର୍ଥିତ ଲୋକେ ପ୍ରବେଶ କରେଇ ଦେଉ ନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମରେ ଆତଙ୍କ ଦେଖାଦେଇଛି।
ବିଜେଡିର ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଠେଙ୍ଗା ଆକ୍ରମଣରେ ଦୁଇ ଜଣକ ମୁଣ୍ଡ ଫାଟିଛି। ଘଟଣା ସ୍ଥଳରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ଵାନସାମନ୍ତରାୟ ଉପସ୍ଥିତ ଅଛନ୍ତି । ବର୍ତମାନ ସୁଦ୍ଧା ବୁଥରେ ବିଜେପିର ଏଜେଣ୍ଟ ନଥିବା କୁହାଯାଉଛି।