ଭିନ୍ନକ୍ଷମ ସ୍ୱାସ୍ଥ୍ୟସେବା ଶିବିର

ପୁରୀ:  ସୋମବାର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସମସ୍ୟା ଅଭିଯାନ ୨୦୨୪-୨୫ ଜରିଆରେ ଭିନ୍ନକ୍ଷମ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ପୌରସଂସ୍ଥା ତତ୍ତ୍ୱାବଧାନରେ ଆୟୋଜିତ ଏହି ଚିକିସôା ଶିବିରକୁ ଉଦ୍ଘାଟନ କରିଥିଲେ ଅଭିମନୁ୍ୟ ବେହେରା । ଏହି ଶିବିରରେ ୧୫୮ଜଣ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ପୌରସଦନଠାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ଡ଼ାକ୍ତର ପ୍ରିୟରଞ୍ଜନ ଆଚାର୍ଯ୍ୟ, ଡାକ୍ତର ସୁନୀଲ ନାୟକ, ଡାକ୍ତର ଜ୍ୟୋସ୍ନାରାଣୀ ତ୍ରିପାଠୀ, ଡାକ୍ତର ରବୀନ୍ଦ୍ର ଘଡ଼େଇ, ଡାକ୍ତର ସ୍ୱୟଂପ୍ରଭା ବରାଳ ଓ ଡାକ୍ତର ସନ୍ତୋଷ ରାଉତରାୟ ପ୍ରମୁଖ ଯୋଗଦାନ କରି ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ବିଭିନ୍ନ ପରାମର୍ଶ ଦେଇଥିଲେ ।