ଡିଏଭିସ୍କୁଲର ବାର୍ଷିକ ପ୍ରଦର୍ଶନୀ
ପୁରୀ : ଡ଼ି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ସଂଗୀତା ପଟ୍ଟନାୟକଙ୍କ ତତ୍ତା୍ୱବଧାନରେ ଏହି ପ୍ରଦର୍ଶନୀ ହୋଇଥିଲା । ଏଥିରେ ମୁଖ୍ୟଅତିଥି କେନ୍ଦ୍ରୀୟ ସ୍କୁଲ ଅଧ୍ୟକ୍ଷ ବିମଳେଶ କୁମାର ଦୁବେ, ସ୍କୁଲ ପରିଚାଳନା କମିଟି ସଦସ୍ୟା ଆହ୍ଲାଦିନୀ ପଟ୍ଟନାୟକ ଓ ଗୌରହରି ପ୍ରଧାନ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହାପରେ ସବୁ ବିଭାଗର ପ୍ରକଳ୍ପକୁ ବୁଲି ଦେଖିବା ସହିତ ଛୋଟଛୋଟ ପିଲାଙ୍କୁ ଗବେଷଣା କ୍ଷେତ୍ରରେ ଅଗ୍ରସର ହେବା ପାଇଁ ଉସôାହିତ କରିଥିଲେ । ନିରୀକ୍ଷକ ଭାବେ ଗୌରୀଶଙ୍କର ଚଇନି, ବିନୋଦ ମୁଦୁଲି, ମିନତୀ ପଟ୍ଟନାୟକ, ରାଜଦୀପ୍, ପ୍ରଦୀପ ସାହୁ, ଝରଣା ସେନାପତି ଯୋଗଦେଇ ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ମୂଲ୍ୟାୟନ କରିଥିଲେ । ଶିକ୍ଷୟିତ୍ରୀ ମିନାକ୍ଷୀ ମିଶ୍ର ପ୍ରଦର୍ଶନୀ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷକ ସନ୍ତୋଷ ଘଟୁଆରୀଙ୍କ ନିଦେ୍ର୍ଦଶିତ ମଙ୍ଗଳାଚରଣ ଓ ଶ୍ରୀ ଜଗନ୍ନାଥ ବନ୍ଦନା ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।