ଭୀମ ଭୋଇ ଭିନ୍ନକ୍ଷମସାମର୍ଥ୍ୟ ଶିବିର

 ବନ୍ତ: ବନ୍ତ ପଞ୍ଚାୟତ ସମିତି ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଗଣିଜାଙ୍ଗ ପଞ୍ଚାୟତ ସରକାରୀ ନେହେରୁ ନୋଡାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି । ଶିବିରରେ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ସଞ୍ଚାଳନ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ରାମପୁର ସରପଞ୍ଚ ଗିରିଧାରୀ ସାହୁ, ବ୍ଲକ ସଭାପତି ଲଷ୍ମୀକାନ୍ତ ମହାନ୍ତି, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, ଭୀମସେନ ସାମଲ, ରଞ୍ଜନ ସାହୁ, ଜଗନ୍ନାଥ ପାଣିଗ୍ରାହୀ, ନିରଞ୍ଜନ ପାଢୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଅତିଥି ଭାବେ ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ନେଇ ଶିବିର ସହାୟକ ହୋଇପାରିବ ବୋଲି କହିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଡ. ୟୁକେ ଜେନା, ଡାକେଟି ସାମଲ, ଡ. ସନ୍ତୋଷ ସିଂହ, ଡ. ଜ୍ୟୋତିରଞ୍ଜନ ଦାଶ, ଡ. ମାନସରଞ୍ଜନ ବିଶ୍ୱାଳ ଶାରୀରିକ ଭିନ୍ନକ୍ଷମ, ଦୃଷ୍ଟିବାଧିତ, ଶ୍ରବଣବାଧିତ, ମୂକ, ବଧିର, ମତିଷ୍କ ପକ୍ଷଘାତ ସମେତ ବିଭିନ୍ନ ପ୍ରମୁଖ ରୋଗର ପରୀକ୍ଷା କରି ପ୍ରମାଣପତ୍ର ଦେବାରେ ସହଯୋଗ କରିଥିଲେ ।  ।ପ୍ରାରମ୍ଭରେ ଅତିଥି ଜଗତରନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଉଦ୍ଘାଟନ କରିଥିଲେ । ଶିକ୍ଷକ ଅଭୟ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଶିକ୍ଷକ ସୁକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।