ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ
ବେତନଟୀ : ରାଜ୍ୟ ସରକାରଙ୍କର ଜଙ୍ଗଲଜମି ଅଧିକାର ଆଇନ ଏବଂ ବସୁନ୍ଧରା ଯୋଜନାରେ ଭୂମିହୀନମାନଙ୍କୁ ବେତନଟୀ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜମିପଟ୍ଟା ବଣ୍ଟନ କରାଯାଇଛି । ଜଙ୍ଗଲଜମି ଅଧିକାର ଆଇନର ବେତନଟୀ ବ୍ଲକ ସଂଯୋଜକ ସନ୍ତୋଷ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବେତନଟୀ ତହସିଲଦାର ସୁରଥଚନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାର ଇଶ୍ୱରଚନ୍ଦ୍ର ରଣା, ରାଜସ୍ୱ ପରିଦର୍ଶକ ଜଗନ୍ନାଥ ସିଂ, ହେଡକ୍ଲର୍କ ନବକିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଜମିପଟ୍ଟା ନ ଥିବାରୁ ଯୋଗ୍ୟତା ଥାଇ ସୁଦ୍ଧା ଭୂମିହୀନମାନେ ସରକାରୀ ଆବାସଗୃହ ସମେତ ବିଭିନ୍ନ ଯୋଜନାରୁ ବାଦ୍ ପଡୁଥିଲେ ଏଣିକି ଭୂମିହୀନମାନଙ୍କୁ ଦିଆଯାଇଥିବା ଜମିପଟ୍ଟା ବଳରେ ସେମାନେ ସରକାରୀ ଯୋଜନାରେ ଆବସଗୃହ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ । ଏହି ଅବସରରେ ବେତନଟୀ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇ ଭୂମିହୀନମାନଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜଙ୍ଗଲଜମି ଅଧିକାର ଆଇନ ଅନ୍ତର୍ଗତ ୨୬ଜଣ ଏବଂ ବସୁନ୍ଧରା ଯୋଜନାରେ ୪୪ଜଣ ଏହିପରି ମୋଟ ୭୦ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା ।