କବିତା ପଢିଲେ ୧୫ ଦେଶର କବି 

ସମ୍ବଲପୁର : ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ କବିତା ଦିବସ ଅବସରରେ ଆଭାସୀ କବିିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଦେଶର ପ୍ରଥମ ମୁକ୍ତ ବିଶ୍ୱବିଦ୍ୟାଳୟ ଭାବରେ ସାହିତ୍ୟ, ସଂସ୍କୃତି ଓ ବୌଦ୍ଧିକ ଭାବ ବିନିମୟକୁ ବିଶ୍ୱସ୍ତରରେ ଉତ୍ସାହିତ କରିବା ପାଇଁ ଏହି କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ସାଂସ୍କୃତିକ ବିବିଧତାକୁ ଆଧାର କରି ଶାନ୍ତି, ଅର୍ନ୍ତଭୁକ୍ତିକରଣ ଓ ସାମାଜିକ  ରୂପାନ୍ତରିକରଣ ସହିତ ମାନବୀୟ ସ୍ନେହ ଓ ଏକତା ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏନଏଏସିର ଅଧ୍ୟକ୍ଷ ଅନୀଲ ଡି ସହସ୍ରବୁଦେ୍ଧ ଏଥିରେ ମୁଖ୍ୟଅତିଥି, ବିଶ୍ୱବିଦ୍ୟାଳୟର କୁଳପତି ପ୍ର ଶ୍ୟାମସୁନ୍ଦର ପଟ୍ଟନାୟକ ଏବଂ କୁଳସଚିବ ଡଚିତ୍ତରଞ୍ଜନ ସାହୁ ଉଦ୍ବୋଧନ ଦେଇଥିଲେ । ବୀର୍ଲ୍ୟାଣ୍ଡ ଷ୍ଟେଟର ପ୍ରଧାନମନ୍ତ୍ରୀ ଇଡ଼େନ୍ ଏସ୍ ତି୍ରନିଦାଦ୍, ହଲିଉଡ଼ ଅଭିନେତ୍ରୀ ହେଲୋନ କୋରଡ଼ନାଙ୍କ ସହିତ ଫିଲିପାଇନ୍ସ, ଇଟାଲି, ବ୍ରିଟିଶ କଲମ୍ବିଆ, କାନାଡ଼ା, ଟୁ୍ୟନିସିଆ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଲେବାନନ୍, ଆଫି୍ରକା, ପୁଟ୍ଟୋରିକୋ, ବାଂଲାଦେଶ, ଗ୍ରୀସ୍, ମରିସସ୍ ସହିତ ଭାରତର ସୁଦୀପ୍ତୋ ଚାଟାର୍ଜୀ, ସହିଲେନ୍ଦ୍ର କପିଲ, ସୁଦର୍ଶନ କେଚେରେ, ନିଶା ମୋଦ୍ଗରେ, ନୀଳମ୍ ସକ୍ସେନା,  ପ୍ରଦୀପ ବିଶ୍ୱାଳ, ଅମ୍ପତ କୋଶି, ରାମକୃଷ୍ଣ ପେରୁଗୁ, ରମାକାନ୍ତ ଦାଶ, ରାଜେନ୍ଦ୍ର ପାଢ଼ୀ ପ୍ରମୁଖଙ୍କ ସହ ବିଭିନ୍ନ ଦେଶର କବିମାନେ କବିତା ପାଠ କରିଥିଲେ ।