‘ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର’ କାର୍ଯ୍ୟକ୍ରମ

 ଗୋଲାମୁଣ୍ଡା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ରେ ଗର୍ଭବତୀ, ପ୍ରସୂତି ମହିଳା ଏବଂ  ୭ ମାସ ରୁ ୩ ବର୍ଷ ଶିଶୁ ମାନଙ୍କ, ସୂପୋଷଣ ନିମନ୍ତେ ଛତୁଆ, ଚିନାବାଦାମ ଲଡୁ, ଚିକ୍କି, ସୁଜି ହାଲୁଆ ସହ ଅଣ୍ଡା ବଣ୍ଟନ ଏବଂ ୩ ବର୍ଷ ରୁ ୫ ବର୍ଷ ଶିଶୁଙ୍କ ପାଇଁ କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ତିଆରି ହେଉଛି । ସେହିପରି କିଶୋରୀ ବାଳିକାଙ୍କୁ ମଧ୍ୟ ଛତୁଆ ସହ ଅଣ୍ଡା ଦିଆଯାଇଥାଏ ଏହା କିପରି ଚାଲିଛି ତାହା ଲୋକଲୋଚନ ଆଣିବା ଏବଂ ତନଖିବା ପାଇଁ ସରକାର ପୁଣି ଆଉ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି  । ସେହି ଯୋଜନାଟି ର ନାମ ହେଉଛି ‘ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର’ । ଏହି ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଗ୍ରାମର ୱାର୍ଡସଭ୍ୟ, ଶିକ୍ଷକ, ଏସ୍ଏଚ୍ଜି ମହିଳା, ଯାଞ୍ଚ କମିଟି, ମଦର କମିଟି ଏବଂ ଗ୍ରାମର ଅନ୍ୟାନ୍ୟ ବ୍ୟକ୍ତି ୁପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସାରା ରାଜ୍ୟରେ ପାଳିତ ହେଉଥିବା ବେଳେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପ୍ରକଳ୍ପ ଅଧୀନ ମାନଝରି  ମଣ୍ଡଳ ଅର୍ନ୍ତଗତ ଦଳପଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଙ୍ଗନୱାଡ଼ି କର୍ମୀ ଗୋଲାପି ବାଗଙ୍କ ନିମନ୍ତ୍ରଣରେ ଗୋଇଣ୍ଡିମୁଣ୍ଡା ପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ ସହ ଶିକ୍ଷକ ଖଗେନ୍ଦ୍ର ପ୍ରଧାନ, ଆଶା ଦିଦି ବିଦୁଲତା ମାଝି, ଏସଏଚ୍ଜିର ମହିଳା ବୃନ୍ଦ, ଯାଞ୍ଚ କମିଟି ସଭ୍ୟ, ମଦର କମିଟି ସଭ୍ୟା ଯୋଗଦାନ କରିଥିଲେ । କେନ୍ଦ୍ରରେ ୧୨ ମାସରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କାନ୍ଥରେ ଟଙ୍ଗା ଯାଇଥବା ଚାର୍ଟ ପୋଷ୍ଟରକୁ ବୁଲି ନିରୀକ୍ଷଣ କରିଥିଲେ । ସହାୟିକା ସେବନି ମାଝିସହଯୋଗ କରିଥିଲେ  ।