"ଭୋଟ୍ ବ୍ୟାଙ୍କ ପାଇଁ ଅପପ୍ରଚାର'
ନୂଆଦିଲ୍ଲୀ : ଆଜି ଲୋକସଭାରେ ଗୃହୀତ ହୋଇଛି ବହୁ ପ୍ରତିକ୍ଷୀତ ସଂଶୋଧିତ ୱାକଫ୍ ବିଲ୍ । ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ କିରଣ ରିଜୀଜୁ ମଧ୍ୟାହ୍ନରେ ଏହାକୁ ଗୃହରେ ଉପସ୍ଥାପନା କରିବା ପରେ ବାଚସ୍ପତି ଓମ୍ ବିର୍ଲା ୮ଘଣ୍ଟା ପର୍ଯ୍ୟନ୍ତ ଏହା ଉପରେ ବିତର୍କ ପାଇଁ ଅନୁମତି ଦେଇଥିଲେ । ବିଲ୍ ଗୃହୀତ କରିବା ଅବସରରେ ମନ୍ତ୍ରୀ ରିଜିିଜୁ କହିଥିଲେ ଯେ, ୱାକଫ୍ ବିଲ୍ ସହ କୌଣସି ମସଜିଦ୍, ମନ୍ଦିର କିମ୍ବା ଧାର୍ମିକ ସ୍ଥଳ ଓ ବ୍ୟବସ୍ଥା ସହ କିଛି ସମ୍ପର୍କ ନାହିଁ । ଏହା ଏକ ସାଧାରଣ ସମ୍ପତ୍ତି ପରିଚାଳନା ଗତ ବିଷୟ । ଏହାକୁ ସଂଶୋଧନ କରିବାର ଆବଶ୍ୟକତା ଥିଲା । ତେବେ ୨୦୨୪ ବିଲ୍ରେ ଧାରା ୪୦ ଅନୁସାରେ ଯେକୌଣସି ଜମିକୁ ୱାକଫ୍ ସମ୍ପତ୍ତିରେ ପରିବର୍ତ୍ତନ ପାଇଁ ନିୟମ ରହିଥିଲା । ଯାହା ୱାକଫ୍ରେ ସବୁଠାରୁ କଠୋର ବ୍ୟବସ୍ଥା ଥିଲା ବୋଲି ରିଜୀଜୁ କହିବା ସହ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅନୁମୋଦନ କ୍ରମେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ବୋଲି କହିଥିଲେ । ଏହାସହ ୧୯୯୫ର ୱାକଫ୍ ଆଇନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂଶୋଧିତ ବିଲ୍ ଉପସ୍ଥାପନା କରାଯାଇଥିବା କହିଥିଲେ ।
ସେହିପରି ବିରୋଧୀମାନେ ଅପପ୍ରଚାର ସ୍ୱରୂପ ମୁସଲିମ୍ଙ୍କ ଜମି ଛଡ଼ାଇ ନିଆଯାଉଛି ବୋଲି ଅଭିଯୋଗ କରୁଛନ୍ତି । କିନ୍ତୁ ଏହି ବିଲ୍ ଦ୍ୱାରା କୌଣସି ବି ମୁସଲିମ୍ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେବେନି ବୋଲି ସେ କହି ଦ୍ଭ ୭ ପୃଷ୍ଠାରେ... ଏହି ବିଲ୍କୁ ସମର୍ଥନ କରିଥିଲେ । ରିଜୀଜୁଙ୍କ ସମେତ ସମସ୍ତ ବିଜେପି ଏମ୍ପି ଏହି ସଂଶୋଧିତ ବିଲ୍କୁ ସମର୍ଥନ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ବିଲ୍କୁ ସମର୍ଥନ କରିବା ସହ ୧୯୯୫ରେ କାର୍ଯ୍ୟକାରୀ ହୋଇଥିବା ୱାକଫ୍ରେ ଅଣମୁସିଲଙ୍କ ହସ୍ତକ୍ଷେପକୁ ଦୋହରାଇଥିଲେ । ସେ ସ୍ପଷ୍ଟ କରିଥିଲେ ଯେ, ଧାର୍ମିକ ମାମଲାରେ ହସ୍ତକ୍ଷେପ କରୁଥିବା ନୂତନ କମିଟିରେ ଅଣମୁସଲିମମାନେ ସାମିଲ ହେବେ ନାହିଁ । ୱାକଫ୍ ଆଇନ ଅନୁଯାୟୀ ଏମାନେ କେବଳ ଦାନ ସମ୍ପତ୍ତିର ତର୍ଜମା କରିବେ । କେବଳ ଭୋଟ୍ ବ୍ୟାଙ୍କ ପାଇଁ ବିରୋଧୀମାନେ ମୁସଲିମାନମାନଙ୍କ ଦାନସମ୍ପତ୍ତିରେ ହସ୍ତକ୍ଷେପ କରାଯାଉଛି ବୋଲି ଅପପ୍ରଚାର କରୁଛନ୍ତି ବୋଲି କହି କଡ଼ା ନିନ୍ଦା କରିଥିଲେ । ଅପରପକ୍ଷେ ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ସାମ୍ବିଧାନିକ ନିୟମକୁ ଜଳାଞ୍ଜଳି ଦିଆଯାଇଛି । ୟୁପିର କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ୱାକପ୍ବୋର୍ଡରେ ୨୨ଜଣିଆ ସଦସ୍ୟଙ୍କ ମଧ୍ୟରେ ଥିବା ୧୨ଜଣ ଅଣମୁସଲିମ୍ ସଦସ୍ୟଙ୍କୁ ରଖାଯାଇଥିବାରୁ ଏହାକୁ ନିନ୍ଦା କରିଥିଲେ । କୌଣସି ହିନ୍ଦୁ ଟ୍ରଷ୍ଟରେ ମୁସଲିମ୍ ବ୍ୟକ୍ତିଙ୍କୁ ଆପଣ ନିଯୁକ୍ତି ଦେଇପାରିବେ କି ବୋଲି ପାଲଟା ପ୍ରଶ୍ନ କରିଥିଲେ । ଏହି ବିଲ୍ ଧାରା ୧୪, ୧୬ ଏବଂ ୨୬ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛନ୍ତି । ଏହାସହ ୱାକଫ୍ ସମ୍ପତ୍ତି ମାତ୍ର ୬ମାସ ମଧ୍ୟରେ ପଞ୍ଜୀକରଣ କରାଯିବା ଉପରେ ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ‘ୱାମ୍ସୀ’ ପୋର୍ଟାଲ ଅନୁସାରେ ଯେତିକି ସମ୍ପତ୍ତି ଅଛି ତାହାକୁ ପଞ୍ଜୀକୃତ କରିବାକୁ ଅତିକମ୍ରେ ୧୦ବର୍ଷ ସମୟ ଲାଗିବ । କିନ୍ତୁ ୬ମାସ ମଧ୍ୟରେ ଆପଣ ସବୁ ସମ୍ପତ୍ତି କେମିତି ୱାକଫ୍ ନାଁରେ ପଞ୍ଜୀକୃତ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏଆଇଟିସି ପକ୍ଷରୁ ସାଂସଦ କଲ୍ୟାଣ ବାନାର୍ଜୀ ଏହାକୁ ବିରୋଧ କରିବା ସହ ତାଙ୍କ ବକ୍ତବ୍ୟରେ ଏହି ବିଲ୍ କାହାକୁ ହିନ୍ଦୁ ଏବଂ କାହାକୁ ମୁସଲିମ କରିବା ସହ ତାଙ୍କ ବକ୍ତବ୍ୟରେ ଏହି ବିଲ୍ କାହାକୁ ହିନ୍ଦୁ ଏବଂ କାହାକୁ ମୁସଲିମ କରିବା ତାହା ଦର୍ଶାଉଛି ବୋଲି କହିଥିଲେ ।