କାର୍ ଦୁର୍ଘଟଣାରେ ଜଣେ ମୃତ

 ରମ୍ଭା : ରମ୍ଭା ବାଇପାସ ନିକଟରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ଏକ କାର୍ ଯୋଗେ ଦୁଇଜଣ ବ୍ୟକ୍ତି ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ରମ୍ଭା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ କାର୍ଟି ନିକଟରେ ଥିବା ଏକ ଗଛକୁ ପିଟିଥିଲା । ଫଳରେ କାର୍ଟି ରାସ୍ତାପାଖ ୩୦ ଫୁଟ ଖାଇକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ କାର୍ରେ ଥିବା ଭୁବନେଶ୍ୱରର ସୁଶାନ୍ତ କୁମାର ମିଶ୍ରଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ରମ୍ଭା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ।