ଭଡ଼ା ନାଁରେ କ୍ୟାମେରା ନେଇ ଫେରାର ; ଅଭିଯୁକ୍ତ ଗିରଫ

ଭଡ଼ା ନାଁରେ କ୍ୟାମେରା ନେଇ ଫେରାର ; ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୧୫ା୫ : ୨ ଦିନ ପାଇଁ ଏକ କ୍ୟାମେରା ଭଡ଼ାରେ ନେଇ ୩ ମାସ ହେବ କ୍ୟାମେରା ଫେରାଉନଥିବା ଓ ଭଡ଼ା ଟଙ୍କା ମଧ୍ୟ ଦେଉନଥିବା ଅଭିଯୋଗରେ ଅଭିଯୁକ୍ତକୁ ପିପିଲିରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ପୁରୀ ଜିଲ୍ଲାର ସୁରଜ ସାହାଣୀ । ଆଜି ତାଙ୍କୁ ଥାନା କେସ ନମ୍ବର ୨୪୯ରେ ମାମଲା ରୁଜୁକରି ଦଫା ୪୦୬/୪୨୦ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଅମ୍ଲାନ ଅନିର୍ବାଣ ତାଙ୍କର କ୍ୟାମେରା ଟିକୁ ଅଭିଯୁକ୍ତଙ୍କୁ ୪ ଦିନ ପାଇଁ ଭଡ଼ା ବିଜୁ ପଟ୍ଟନାୟକ କଲେଜ ନିକଟରେ ଦେଇଥିଲେ । ଅଭିଯୁକ୍ତ ଜଣକ କ୍ୟାମେରା ନେବାର ୩ ମାସ ପରେ ମଧ୍ୟ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିନଥିଲେ କିମ୍ବା ବକେୟା ୫୦ହଜାର ଟଙ୍କା ଫେରସ୍ତ କରିନଥିଲେ । ପରେ ଅଭିଯୋଗକାରୀ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତ କିଛି ଶୁଣିନଥିଲେ । ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ପିପିଲି ଅଞ୍ଚଳରୁ ଗିରଫ କରିଛି ।