ମଦ ଆଣିବାରେ ବିଳମ୍ବ ହେବାରୁ : ସାଙ୍ଗକୁ ମାଡ଼ ମାରି ବନ୍ଧାହେଲା ସାଙ୍ଗ
ବାଲିଅନ୍ତା: ମଦ ଆଣିବାରେ ବିଳମ୍ବ ହେବାରୁ ଜଣେ ସାଙ୍ଗଙ୍କୁ ମାଡମାରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଆଉ ଜଣେ ସାଙ୍ଗଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ସାଙ୍ଗ ହେଲେ କଲ୍ୟାଣପୁର ଗ୍ରାମର ଗୋପାଳ ଚନ୍ଦ୍ର ପ୍ରଧାନଙ୍କ ପୁଅ ସୁବାସ । ଖବରନେବାରେ ଜଣାପଡିଛି ଗତ ୧୦ ତାରିଖରେ ଦୟାନଦୀ କୂଳ ଅଞ୍ଚଳରେ ଦୁଇ ବନ୍ଧୁ ପ୍ରଶାନ୍ତ ମହାପାତ୍ର ଓ ବୃନ୍ଦାବନ ଦାସ ଠିଆ ହୋଇଥିଲେ । ଏହି ସମୟରେ ବିନୟ ଦାସ ନାମକ ଅନ୍ୟ ଜଣେ ବନ୍ଧୁ ସେମାନଙ୍କ ସହ ଦେଖା ହୋଇଥିଲେ । ସେମାନେ ୩ ଜଣ ମଦ୍ୟପାନ କରିବା ନିମନ୍ତେ ମନସ୍ଥ କରିଥିଲେ । ଏନେଇ ମଦ ଆଣିବା ନିମନ୍ତେ ପ୍ରଶାନ୍ତ ସେଠାରେ ଥିବା ସୁବାସଙ୍କୁ ଟଙ୍କା ଦେଇଥିଲେ । ମାତ୍ର ସୁବାସ ମଦ ଆଣିବାରେ ବିଳମ୍ବ କରିବାରୁ ବିନୟ ତାଙ୍କ ସହିତ ଝଗଡା କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତ ସୁବାସ ବିନୟକୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ହତ୍ୟାର ଧମକ ଦେବା ସହ ତାଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲେ । ଫଳରେ ବିନୟକୃଷ୍ଣ ତଳେ ପଡିଯାଇ ଆହତ ହୋଇଥିଲେ । ପରିବାର ଲୋକେ ଉଦ୍ଧାର କରି ଚିକିସôା ନିମନ୍ତେ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ତାଙ୍କର ବାମ ପାର୍ଶ୍ୱ ଜଙ୍ଘ ହାଡ଼ ଭାଙ୍ଗିଯାଇଛି । ଏନେଇ ବିନୟଙ୍କ ପନôୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ସୁବାସକୁ ଗିରଫ କରିଛି ।