ନାରୀ ନିର୍ଯାତନାକୁ ନେଇ ବିଜୁ ଯୁବ ଛାତ୍ରର ଆନେ୍ଦାଳନ

 ସମ୍ବଲପୁର  : ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ଓ ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ଛାତ୍ର ଆନେ୍ଦାଳନ କରାଯାଇଛି ।
ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ତତ୍ତ୍ୱାବଧାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ବିସିଜେଡି ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଆନେ୍ଦାଳନ କରାଯାଇଥିଲା । ଏହି ଅବସରରେ ବିଜୁ ଜନତା ଦଳର ବହୁ ସଂଖ୍ୟାରେ ବରିଷ୍ଠ ନେତୃମଣ୍ଡଳୀ, କର୍ମକର୍ତ୍ତା, କର୍ମୀ ଏକତ୍ରିତ ହୋଇ ଗୋପାଳପୁର ଠାରେ ଘଟିଥିବା ଅତ୍ୟନ୍ତ ଲଜ୍ଜାଜନକ ଛାତ୍ରୀ ଗଣଦୁଷ୍କର୍ମ, ରାଜ୍ୟରେ ଦିନକୁ ଦିନ ବଢୁଥିବା ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ଘଟଣାକୁ ନେଇ ବିଜେପି ସରକାର ବିଫଳ ବୋଲି ଦଳର ନେତୃବୃନ୍ଦ ନିଜର ମତବ୍ୟକ୍ତ କରିଥିଲେ । ସେହିପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ଆନେ୍ଦାଳନରେ ବିଧାୟକ ସୁଦର୍ଶନ ହରିପାଲ, ବରିଷ୍ଠ ନେତା ଏମ୍ଡି ସନାଉଳା, ଗୋକୁଳ ମେହେର, ସଞ୍ଜିତ ମହାନ୍ତି, ମିଳନ ହୋତା, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ସୁରୁବାବୁ ମେହେର, ଲିଙ୍ଗରାଜ ପରିଡ଼ା, ଦିଲ୍ଲୀପ ଦାସ, ଚୁମନ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ବିଜୁ ଜନତା ଦଳର ସଦସ୍ୟ ଉପସ୍ଥିତ ଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ପୂର୍ବତନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଭାପତି ଅବିନାଶ ପଟେଲ, ପୂର୍ବତନ ଯୁବ ଜୋନ ସଭାପତି ଦେବାଶିଷ ପରିଡ଼ା, ପୂର୍ବତନ ଛାତ୍ର ରାଜ୍ୟ ସମ୍ପାଦକ ଅନମୋଲ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖାରେ ଛାତ୍ରଛାତ୍ରୀ ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।
ଜୟପୁର : ଗୋପାଳପୁରରେ ଛାତ୍ରୀ ଗଣଦୁର୍ଷ୍କମ ଏବଂ ରାଜ୍ୟବ୍ୟାପୀ ନାରୀ ନିର୍ଯାତନା ବିରୁଦ୍ଧରେ ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ବିକ୍ରମ ଦେବ ମହାବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୨୬ରେ ଟାୟାର ଜାଳି ଆନେ୍ଦାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ନେତା ତାପସ ପଣ୍ଡା, ସୁବ୍ରତ ବାଘ୍, ଶିବା କନ୍ଧପାଣି, ଆଶିଷ ପଣ୍ଡା, ଚାନ୍ଦୁ, ବାପି ପଣ୍ଡା, ରାଜା ପାଢ଼ୀ, ମଧୁ ରେଡ୍ଡୀ, ଚିକୁନ୍ ପଣ୍ଡା. ନରି, ବିରେନ୍ଦ୍ର ସାଗର, ଅର୍କୁଲୁ ଶ୍ରୀନିବାସ, ହର ମିଶ୍ର, ବାଲା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଖଡ଼ିଆଳ : ନାରୀ ନିର୍ଯାତନା, ଗଣ ଦୁଷ୍କର୍ମ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ଅପପ୍ରଚାର, ଅହେତୁକ ଦରବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିଜେଡି ଯୁବ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଆନେ୍ଦାଳନ କରାଯାଇଛି । ଏହି ଆନେ୍ଦାଳନରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେଡି କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଜେଡି ଯୁବ ରାଜ୍ୟ ସମ୍ପାଦକ ମହମ୍ମଦ ସାଇଦ, ବିଜେଡି ଯୁବ ନେତା ସୁବିର ସିଂ ଦେଓ, ବିଜେଡି ଯୁବ ନେତା ଟିଟୁ ପାଣ୍ଡେ, ବିଜେଡି ବରିଷ୍ଠ ନେତା ହୀରାଧାର ମେହେର, ତନ୍ମୟ ବାଗ, ଚନ୍ଦନ ସାହୁ, ପ୍ରଶାନ୍ତ ବେହେରା, ବିଜୟ ପଟେଲ, ଅନୀଲ ପାତ୍ର, ସାଗର ଚରଣ ଭୋଇଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଯୁବ ନେତା ଓ ଛାତ୍ର ନେତା ଉପସ୍ଥିତ ଥିଲେ ।