କୁଶ ପଟ୍ଟନାୟକ ମେମୋରିଆଲ ଅଲ ଓଡିଶା ଫୁଟବଲ: ଶିମିଳିପାଳ ଏଫସି ଚାମ୍ପିଅନ
ଆନନ୍ଦପୁର : ସପ୍ତାହେ ଧରି ଚାଲିଥିବା କୁଶ ପଟ୍ଟନାୟକ ମେମୋରିଆଲ ଅଲ ଓଡିଶା ଫୁଟବଲ ଟୁର୍ନାମେଂଟରେ ଶିମିଳିପାଳ ଏଫସି-ବାଦଲ ଫୁଟବଲ ଏକାଡେମୀ, ଭଦ୍ରକକୁ ଟ୍ରାଇ ବ୍ରେକରରେ ୪-୧ ଗୋଲରେ ହରାଇ ଚମ୍ପିଆନ ହୋଇଛି । ଫାଇନାଲ ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ପକ୍ଷ ପରସ୍ପରକୁ ୧-୧ ଗୋଲ ଦେଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଉଭୟ ଦଳ ଉଭୟଙ୍କୁ ପୁଣି ୧-୧ ଗୋଲ ଦେଇ ମ୍ୟାଚକୁ ବରାବର ରଖିଥିଲେ.ା ଶେଷରେ ଟ୍ରାଇବ୍ରେକରରେ ଶିମିଳିପାଳ ଏଫସି ଭଦ୍ରକକୁ ୪ ଗୋଟି ଗୋଲ ଦେଇଥିବା ବେଳେ ପ୍ରତିବଦଳରେ ଭଦ୍ରକଗୋଟିଏ ଗୋଲ ଦେଇଥିଲା । ଫଳରେ ଶିମିଳିପାଳ ଏଫସି ମ୍ୟାଚକୁ ୪-୧ ରେ ଜିତିଯାଇଥିଲା । ଫାଲକନ ଗ୍ରୁପର ପ୍ରତେକ୍ଷ୍ୟ ତତ୍ୱାବଧାନ ଏବଂ ଆନନ୍ଦପୁର କ୍ରୀଡା ସଂସଦ ଆନୁକୂଲ୍ୟରେରେ ଆୟୋଜିତ ମ୍ୟାଚରେ ସମ୍ପାଦକ ନବରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଫାଲକନ ମ୍ୟାନେଜିଙ୍ଗ ଡାଇରେକ୍ଟର ତରାରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ, ମନରଞ୍ଜନ ପଟ୍ଟନାୟକ, ନବରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥଲେ । ବିଜୟୀ ଟିମକୁ ଅତିଥି ଟ୍ରଫି ସହିତ ୩୦.୦୦୦ ଟଙ୍କା ପ୍ରଦାନ କରିଥିବା ବେଳେ ଅନ୍ୟତମ ଟିମକୁ ଟ୍ରଫି ସହିତ ୨୦୦୦୦ ଟଙ୍କା ପ୍ରଦାନ କରିଥିଲେ । ସେହିପରି ମ୍ୟାନ ଅଫ ଦି ମ୍ୟାଚ ଭାବେ ଶିମିଳିପାଳ ଏଫସିର ଗୋଲ କିପର ରବୀନ୍ଦ୍ର ନାହାକଙ୍କୁ ବିବେଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଆନନ୍ଦପୁରର କ୍ରୀଡାସଂସଦର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।