ଯୋଡ଼ିହେଲା ଭଙ୍ଗା ସଂସାର 


 କେନ୍ଦ୍ରାପଡ଼ା: ଜିଲ୍ଲା ଆଇନ୍ସେବା ପ୍ରାଧୀକରଣ ଉଦ୍ୟମରେ ଭାଙ୍ଗିଯାଇଥିବା ସଂସାରକୁ ପୁନର୍ବାର ଯୋଡାଯାଇଥିବା ଜଣାପଡିଛି । ଘଟଣା ମୁତାବକ କେନ୍ଦ୍ରାପଡା ସଦରଥାନା ଅଧିନ ମରଡପୁର ଗ୍ରାମର ଅଗଣୀ ସ୍ୱାଇଁ (୮୦) ଓ ସ୍ୱାମୀ ତ୍ରିଲୋଚନ ସ୍ୱାଇଁ (୮୫) ଉଭୟ ପରିଣତ ବୟସରେ ତାଙ୍କ ବଡପୁଅ ଶରତ ସ୍ୱାଇଁଙ୍କ ନାମରେ ମାମଲା ରୁଜୁ କରିବା ସହ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଦ୍ୱାରସ୍ଥ୍ୟ ହୋଇଥିଲେ । ବୃଦ୍ଧ ପିତାମାତାଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ଭଲମନ୍ଦ ବୁଝୁନଥିବା ଓ ମରଣାନ୍ତକ ଆକ୍ରମଣ କରି ଘରୁ ତଡିଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ପ୍ରାଧିକରଣର ସଚୀବ ସୁମିତ୍ରା ସାହୁ ତୁରନ୍ତ ଶରତକୁ କାର୍ଯ୍ୟାଳୟକୁ ଡକାଇ ଆଇନଜୀବୀଙ୍କ ଦ୍ୱାରା ଘଟଣାକୁ ସମାଧାନ କରାଇଥିଲେ ।