ସୁଭଦ୍ରା ଯୋଜନା ଫର୍ମ ପୂରଣକୁ କୋଡ଼ିଏ, ଆବେଦନକୁ ଶହେ
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ସରକାରଙ୍କ ତରଫରୁ ଚଳିତ ମାସ ୪ ତାରିଖରୁ ସୁଭଦ୍ରା ଯୋଜନାର ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୧ ରୁ ୬୦ ବର୍ଷ ମଧ୍ୟରେ ସମସ୍ତ ମହିଳା ମାନେ ପ୍ରତ୍ୟେକ ଜନସେବା କେନ୍ଦ୍ର କିମ୍ୱା ମୋ’ସେବା କେନ୍ଦ୍ରମାନଙ୍କରେ ଅନଲାଇନ ମାଧ୍ୟମରେ ବିନା ମୂଲ୍ୟରେ ଆବେଦନ କରିବା ପାଇଁ ସରକାର ଘୋଷଣା ମଧ୍ୟ କରିଛନ୍ତି । କିନ୍ତୁ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଏଠାରେ କିଛି ଅସାଧୁ ଜନସେବା କେନ୍ଦ୍ର ଓ ମୋ’ସେବା କେନ୍ଦ୍ର ଗୁଡିକର ମାଲିକବିଭିନ୍ନ ଆଳ ଦେଖାଇ ହିତାଧିକାରୀ ମାନଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି ହିତାଧିକାରୀ ମାନଙ୍କୁ ସୁଭଦ୍ରା ଯୋଜନା ପାଇଁ ସରକାର ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦ୍ୱାରା ଫର୍ମ ବଣ୍ଟନ କରିଛନ୍ତି । କିନ୍ତୁ ହିତାଧିକାରୀମାନେ ଉକ୍ତ ଫର୍ମ ଗୁଡିକ ପୂରଣ କରି ଆବେଦନ କରିବାକୁ ଯିବା ସମୟରେ କିଛି ଜନସେବା କେନ୍ଦ୍ରର ମାଲିକ ତାକୁ ଜାଣିଶୁଣି ଭୁଲ ଦର୍ଶାଇ ପୁନର୍ବାର ନୂଆ ଫର୍ମ କିଣିବାକୁ ବାଧ୍ୟ କରୁଛନ୍ତି । ହିତାଧିକାରୀ ମାନଙ୍କ ଠାରୁ ଫର୍ମ ବାବଦରେ ୨୦ ଟଙ୍କା, ଫର୍ମ ପୂରଣ ବାବଦରେ ୨୦ଟଙ୍କା ଓ ଅନଲାଇନ ଆବେଦନ ପାଇଁ ଶହେ ଟଙ୍କା ଗଣୁଛନ୍ତି । ଆଉ ଯିଏ ବିରୋଧ କଲା ତାର ସୁଭଦ୍ରା ଆବେଦନକୁ ନାକଚ କରିଦେବା ପାଇଁ ଧମକ ମଧ୍ୟ ଦେଇଛନ୍ତି । ଆହୁରି ପୁଣି ଆଧାର କାର୍ଡରେ ମୋବାଇଲ ନଂ ସଂଯୋଗ ନଥିଲେ ଦୁଇ ସହ ଟଙ୍କା କରିକି ନେଉଥିବାର ଦେଖିବାକୁ ମିଳିଛି । ବିନା ଟଙ୍କାରେ ହିତାଧିକାରୀ ମାନେ ସୁଭଦ୍ରା ଯୋଜନା ଆବେଦନ କରିବା ନେଇ ପ୍ରଶାସନ ତରଫରୁ ଜନସେବା କେନ୍ଦ୍ର ଗୁଡିକୁ ନିଦେ୍ର୍ଦଶ ଥୁଲେ ମଧ୍ୟ ସେମାନେ ଶୁଣୁନ ଥିବା ଦେଖିବାକୁ ମିଳିଛି । ଆଉଏଥିପ୍ରତି ପ୍ରଶାସନ ପକ୍ଷରୁ ସେମିତି କିଛି କଡା ପଦକ୍ଷେପ ମଧ୍ୟ ନିଆଯାଉ ନାହିଁ । ଯାହାଫଳରେ ହିତାଧିକାରୀ ଜନସେବା କେନ୍ଦ୍ର ମାଲିକଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରାଯାଇଛି ।