ମଧୁବାବୁଙ୍କ ଜୟନ୍ତୀ ପାଳିତ
ଜୟପୁର : ଜୟପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଛି । ରଘୁନାଥ ନାଥ ମନ୍ଦୀର ଛକରେ ସ୍ଥାପିତ ହୋଇଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଜୟପୁର ଉକôଳ ସମ୍ମିଳନୀ ଶାଖା କର୍ମକର୍ତ୍ତା ମଦନ ମୋହନ ନାୟକ, ବିନୋଦ ମହାପାତ୍ର, ପରମେଶ୍ୱର ପାତ୍ର, ମାଧବ ଚୌଧୁରୀ, ମୁନା ରଥ, ବାଲା ରାଇ, ପ୍ରତାପ ମାଦଳା, ପ୍ରହ୍ଲାଦ ପାତ୍ର, ଇଂ କେଦାର ନାଥ ବେହେରା, ନବିନ ମାଦଳା, ପ୍ରମୋଦ ରାଉଳ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଥିଲେ । ସେହିପରି କୋରାପୁଟ ଜିଲ୍ଲା ଦୌରା ଜଜ କୋର୍ଟ ଜୟପୁର ପରିସରରେ ମଧୁବାବୁଙ୍କ ଜୟନ୍ତୀ ଜିଲ୍ଲା ଅଧିବକ୍ତା ସଂଘ ସଭାପତି ସରୋଜ ଦାସ, ସମ୍ପାଦକ ସଚିଦା ନନ୍ଦ ମିଶ୍ରଙ୍କ ସହ ଅନ୍ୟାନ୍ୟ କର୍ଯ୍ୟକର୍ତ୍ତା ଏବଂ ଅଧିବକ୍ତାମାନେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସଂପର୍କ ଅଧିକାରୀ ଯସୋଦା ଗାଦବା ଏବଂ ଗୋବିନ୍ଦ ସାହୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ଜୟପୁର ପୂଜ୍ୟପୂଜା ସଂସଦରୁ ଉଦୟ ଶଙ୍କର ଜାନି, ବୈରାଗି ସାହୁ, ତପନ ତ୍ରିପାଠୀ ପୁଷ୍ପମାଲ୍ୟ ଦେଇଥିଲେ । ସେହିପରି ସମ୍ବାଦ ସାହିତ୍ୟ ଘର ଏବଂ ଆମ ଓଡିଶା ପରିବାର ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ସରକାରୀ ଅଧିବକ୍ତା ଡ. ବି.ଗାୟତ୍ରୀ ଦେବୀ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।