୨୪ ଏନଏସି ଓ ୫ ମ୍ୟୁନିସିପାଲିଟି ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪ଟି ଏନଏସି ଓ ୫ ମୁନିସପାଲଟି ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନୁଗୁଳର ପାଳଲହଡ଼ା, ବାଲେଶ୍ୱରର ସିମୁଳିଆ, ବରଗଡ଼ର ସୋହେଲା, ଭଦ୍ରକର ତିହିଡ଼ି ଓ ଧୂଷୁରୀ, କଟକର ସାଲେପୁର, ବଡ଼ମ୍ବା ଓ ନରସିଂହପୁର, ଢେଙ୍କାନାଳର ଗନ୍ଦିଆ, ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ପାତ୍ରପୁର, କଳହାଣ୍ଡିର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, କୋରାପୁଟର ବୋରିଗୁମ୍ମା, ମୟୁରଭଞ୍ଜର ବେତନଟୀ, ବାଙ୍ଗିରିପୋଷୀ, ଚିତ୍ରଡ଼ା, କପ୍ତିପଦା ଓ ରାସଗୋବିନ୍ଦପୁର, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲୀ ଏବଂ ସୁବର୍ଣ୍ଣପୁରର ବୀରମହାରାଜପୁର ଏନଏସି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରପକ୍ଷରେ ବୌଦ୍ଧର ବୌଦ୍ଧଗଡ଼, ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର ଓ ପୋଲସରା ଏବଂ ମୟୁରଭଞ୍ଜର କରଞ୍ଜିଆକୁ ମୁନିସପାଲଟି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Samir Kumar Rout