ମନପୁରମ୍ ଡକାୟତି ମାଷ୍ଟର ମାଇଣ୍ଡକୁ ରିମାଣ୍ଡରେ ଆଣିଲା ପୁଲିସ
ସମ୍ବଲପୁର : ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ସ୍ଥିତ ମୁଥୁଟ୍ ଫାଇନାନ୍ସ ଏବଂ ମନପୁରମ ଫାଇନାନ୍ସ କମ୍ପାନୀର ସଶସ୍ତ୍ର ଡକାୟତି ମାମଲାରେ ଜିଲ୍ଲା ପୁଲିସ ବିହାରରୁ ସୁବୋଧ ସିଂ ନାମକ ଦୁର୍ଦ୍ଦାନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛି । ନାଳନ୍ଦା ଜିଲ୍ଲା ଚିଷ୍ଟିପୁରର ସୁବୋଧ ସିଂ କୋଲକାତାର ଆଲିପୁର ପୋସେଡେନ୍ସି ସୁଧାର ଗୃହରେ ରହି ଡକାୟତି ଘଟଣା ପରିଚାଳନା କରୁଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ନାମରେ ଓଡିଶା, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ୧୦ରୁ ଅଧିକ ସୁନାଗହଣା ଲୁଟ ,୫ଟି ହତ୍ୟା ଓ ବାକି ହତ୍ୟା ଉଦ୍ୟମ ଭଳି ୨୮ଟି ସଙ୍ଗିନ ମାମଲା ରହିଛି । ସେହିପରି ବିଭିନ୍ନ ଆର୍ଥିକ ସଂସ୍ଥାରୁ ମଧ୍ୟ ସେ ଲୁଟ ଓ ଦାଦାବଟି ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ସମ୍ବଲପୁର ମଣପ୍ପୁରମ ଗୋଲ୍ଡ ଫାଇନାନ୍ସ କମ୍ପାନୀରୁ ବନ୍ଧୁକ ଦେଖାଇ ୪ଲକ୍ଷ ୮୧ ହଜାର ୩୮୨ ଟଙ୍କା ଓ ୨୭.୫୨କିଗ୍ରା ସୁନା ଡକାୟତି ଘଟଣାରେ ପୂର୍ବରୁ ବିହାର ହାଜିପୁର ଅଜୟ ପାଶୱାନ, ପଙ୍କଜ ପାଶୱାନ ଓ ଉତ୍ତରମ ପାଶୱାନ ଗିରଫ ହୋଇଥିଲେ । ତେବେ ସୁବୋଧକୁ ୧୦ଦିନିଆ ରିମାଣ୍ଡରେ ଅଣାଯାଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚାରଉଚରା କରାଯାଉଛି ।