ମନ୍ତ୍ରୀ ଗଣେଶ ରାମ ଓ ସୂର୍ଯ୍ୟବଂଶୀଙ୍କ ସହ ଫ୍ରାନ୍ସର ରାଷ୍ଟ୍ରଦୂତଙ୍କ ଆଲୋଚନା
ଭୁବନେଶ୍ୱର : ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଥିଏରୀ ମାଥୋ, କୋଲକାତାରେ ଫ୍ରାନ୍ସର କନସଲ ଜେନେରାଲ ଡିଡିୟର ତାଲପେନ୍, ପ୍ରେସ ଆଟାଚି ଏବଂ କୂଟନୈତିକ ସମ୍ପର୍କ ସୁଶ୍ରୀ ଅଞ୍ଜିତା ରାୟଚୌଧୁରୀ, ଚାର୍ଜ ଡି ମିଶନ ସାମୁଏଲ ବୋଚାର୍ଡ ଏବଂ ଆଲାଏନ୍ସ ଫ୍ରାନ୍ସାଇଜ୍ ଡୁ ବେଙ୍ଗଲର ନିଦେ୍ର୍ଦଶକ ନିକୋଲାସ୍ ଫାସିନୋ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ତାଙ୍କ ଲୋକସେବା ଭବନ ଚାମ୍ବରରେ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ, ଫ୍ରାନ୍ସର ଉଚ୍ଚସ୍ତରୀୟ ଦଳ ଓଡ଼ିଶାର ଜଙ୍ଗଲ କ୍ଷେତ୍ରରେ ବିକାଶ ଏବଂ ଜଙ୍ଗଲ ସଂରକ୍ଷଣ, ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଭାଗୀତା ଏବଂ ଓଡ଼ିଶାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗକୁ ସହାୟତା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ସୁରେଶ ପନ୍ଥ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏବଂ ବିଭାଗର ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ସେହିପରି ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମାଥୋ ଆଜି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।