ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ 

ରାଜନଗର: ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ଜୟଦୂର୍ଗା ମନ୍ଦିର ପରିସରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକୀ ବାତ କାର୍ଯ୍ୟକ୍ରମରେ ସାଂସଦ ବୈ÷ଜୟନ୍ତ ପଣ୍ଡା ଯୋଗଦେଇଥିଲେ । ଦିନ ପ୍ରାୟ ୧୦.୩୦ରେ ସାଂସଦ ଶ୍ରୀ ପଣ୍ଡା ନାଗାନାରାୟଣ ହାଇସ୍କୁଲ ପଡିଆରେ ହେଲିପ୍ୟାଡରେ ଓହ୍ଲାଇଥିଲେ । ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ଜୟଦୂର୍ଗା ମନ୍ଦିରକୁ ଯାଇଥିଲେ । ସେଠାରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଜାମ୍ମୁ କାଶ୍ମିରୀ ପହଲଗାମରେ ମୃତୁ୍ୟବରଣ କରିଥିବା ମୃତକଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବିଜେପି କର୍ମକର୍ତ୍ତା ବାଇଧର ପ୍ରଧାନ, ହରେକୃଷ୍ଣ ପତି, ହୃଷିକେଶ ବେହେରା ପ୍ରମୁଖଙ୍କୁ  ସମ୍ବର୍ଦ୍ଧନା ଦିଆଯାଇଥିଲ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ସଂଜୟ ରଥ ଓ ଲଳିତ ବେହେରାଙ୍କ ସହ ମଣ୍ଡଳ ସଭାପତି, ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇଥିଲେ ।