ଋଣ ଦେବା ନାରେ ଜାଲିଆତି, ୨ ଗିରଫ

 ବ୍ରହ୍ମପୁର: ଋଣ ଦେବା ନାରେ ବଡ଼ ଜାଲିଆତି.୧ କୋଟି ୪୬ ଲକ୍ଷ ୪୬ ହାଜର ଟଙ୍କା ହେରେଫେର କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ସମବାୟ ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସମେତ  ଜଣେ ମହିଳା ସୁପ୍ରଭାଇଜରକୁ ଗିରଫ କରିଛି ପୁଲିସ । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ପାଖାପାଖି ୮ ଜଣ ଜମାକାରୀଙ୍କ ଆଜାଣତରେ ପାଖାପାଖି ୧ କୋଟି ୪୬ ଲକ୍ଷ  ଟଙ୍କା ଋଣ  କରି ଟଙ୍କା ଆତ୍ମସାତ କରିଛନ୍ତି ଦେବାଶିଷ । ତେବେ ଏନେଇ ଗତ ଆର୍ଥିକ ବର୍ଷରେ ହୋଇଥିବା ଅଡିଟରୁ ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ଏନେଇ ଏକ କମିଟି ଗଠନ କରାଯାଇ ବ୍ୟାଙ୍କ ପକ୍ଷରୁ  ତନାଘନା କରାଯାଇଥିଲା । ତେବେ ଏହି ଶାଖାର ପୂର୍ବତନ ଶାଖା ପରିଚାଳକ ଏଭଳି ଜାଲିଆତି କରିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବା ପରେ ଗୋସାଇନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗୋସାଇ ଁନୂଆଗାଁ ପୁଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଡାଉ କରିବା ପରେ ଭୁବନେଶ୍ୱରରୁ  ଦେବାଶିଷକୁ ଗିରଫ କରିଛି । ଋଣ ଦେବା ନାଁ ରେ ୧,୪୬,୪୬୦୦୦,ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି । ବିଭିନ୍ନ ଲୋକଙ୍କ ନାଁ ରେ ବିନା କାଗଜ ପତ୍ରରେ ଟଙ୍କା ଋଣ ଦେବା ଦର୍ଶାଇ ଟଙ୍କା ଆତ୍ମସାତ କରିଥିବା ନେଇ ବ୍ୟାଙ୍କ ସିଇଓ ଭରତ ସାହୁ କହିଛନ୍ତି । ପରେ ପୁଲିସ ଖୋଳତାଡ଼ କରି ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଘଟଣାର  ଅଧିକ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି ।