ମହାପ୍ରଭୁଙ୍କ କୃପା ଲାଭ କଲେ ଶିବଦତ୍ତ
ଭୁବନେଶ୍ୱର : ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ଦୁରାଦୁରନ୍ତରୁ ଭକ୍ତ ଛୁଟିଛନ୍ତି ପୁରୀକୁ । ଏନେଇ ପୁରୀକୁ ବିଶ୍ୱ ସମୁଦ୍ର ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ତଥା ଓଡିଶାରେ ଜନ୍ମଗ୍ରହଣ କରିଥିବା ଶିବଦତ୍ତ ଦାସ ପବିତ୍ର ରଥଯାତ୍ରାରେ ସପରିବାର ପୁରୀ ଆସି ମହାପ୍ରଭୁଙ୍କ କରୁଣା ଲାଭ କରିଛନ୍ତି । ନିଜର ସାଧାରଣ ଓ ବିନମ୍ର ସ୍ୱଭାବ ବଜାୟ ରଖି କୌଣସି ଧୁମଧାମବିନା ଏହି ତୀର୍ଥଯାତ୍ରା ସାରିଥିଲେ । ବିଶ୍ୱ ସମୁଦ୍ର ଗ୍ରୁପ ବର୍ତ୍ତମାନ ବାରାଣସୀ ଏବଂ ହେମକୁଂଟ ସାହିବ୍ ପାଇଁ ୫,୦୦୦ କୋଟି ଟଙ୍କା ବିନିଯୋଗରେ ଯାତ୍ରୀଙ୍କ ପାଇଁ ନୂତନ ରୋପୱେ ବ୍ୟବସ୍ଥା ନିର୍ମାଣ କରୁଛି । ଏହା ବର୍ତମାନ ବିଶ୍ୱର ସବୁଠାରୁ ବଡ଼ ରୋପୱେ ନିର୍ମାଣ ସଂସ୍ଥା ଅଟେ ।