ମୋହରିରଙ୍କ କଲମ ଛାଡ଼ ଆନେ୍ଦାଳନ
କାକଟପୁର : କାକଟପୁର ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ଦିନକୁ ଦିନ ସବରେଜିଷ୍ଟ୍ରର ଅଫିସରଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାରରେ ଅତିଷ୍ଟ ହୋଇ ମୋହରିର ମାନେ ଚରମ ନିଷ୍ପତି ନେଇଛନ୍ତି ।ସରକାରଙ୍କ ନିୟମ ଅନୁଯାୟୀ ଗ୍ରାମାଞ୍ଚଳରେ ଥିବା ଚାଷ ଜମିର ଆଂଶିକ ବିକ୍ରି ଓ ଘରବାରୀ ବୃତ୍ତି ୫୫୦୦ବର୍ଗମିଟର ପର୍ଯ୍ୟନ୍ତ ବିନା ଲେଆଉଟରେ ରେଜିଷ୍ଟ୍ରି କରାଯିବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପୂର୍ବ ଖର୍ଦ୍ଦିିି କରାଯାଇଥିବା ଦଲିଲିରୁ ଦଲିଲି ରେଜିଷ୍ଟ୍ର କରାଯାଇପାରିବ ବାଲି ସ୍ପଷ୍ଟ ନିଦେ୍ର୍ଦଶ ଥିବା ବେଳେ ଏହାକୁ କାକଟପୁର ସବରେଜିଷ୍ଟ୍ରର ଓଡିଶା ସରକାର ଆଇନକୁ ନ ମାନି ଶହେ ଡ଼ିସିମିଲରୁ କମ ଚାଷଜମି ଓ ତେରଡ଼ିସିମିଲିରୁ କମ ଜମିର ରେଜିଷ୍ଟ୍ରି ସମ୍ପୂର୍ଣ ବନ୍ଦ କରିଅଛନ୍ତି । ପ୍ରତେକ ଦଲିଲି ପୂର୍ବରୁ ସମସ୍ତ କାଗଜ ପତ୍ର ଯାଞ୍ଚ ନ କରି ରେଜିଷ୍ଟି କରିବାକୁ ମୋହରିର ମାନଙ୍କୁ ତାଗିଦ କରୁଛନ୍ତି । ଅନେକ ସମୟରେ ନିଜ ପଦବୀର ଅପବ୍ୟବହାର କରି ଦଲିଲିକୁ ଫେରସ୍ତ କରିବା ସହିତ ଉପରିସ୍ଥ ଅଫିସରଙ୍କ ପାଖକୁ ନେଇଯାଅ ବୋଲି ଧମକ ଦେଉଛନ୍ତି । ସବରେଜିସ୍ଟର ଅଫିସରେ ମୋହରିର ମାନଙ୍କର କୌଣସି ଆବଶ୍ୟକତା ନାହିଁ ସାଧାରଣ ଲୋକ ମାନଙ୍କୁ ଆସିବାକୁ ଦିଅ ବୋଲି କହି ମୋହରିର ମାନଙ୍କୁ ଲାଂଛିତ ଓ ଅପମାନିତ କରୁଛନ୍ତି । ଏହିଭଳି ଅନେକ ନିୟମ କାନୁନ ମନଗଢା ଦର୍ଶାଇ ହଇରାଣ ହରକତ କରାଇବା ଯୋଗୁ ସରକାର ଙ୍କ ବ୍ୟାପକ ରାଜସ୍ୱ ହାନି ଘଟୁଛି । ଏହାକୁ ତୀବ୍ର ବିରୋଧ କରି ମୋହରିର ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଏହି ଆନେ୍ଦାଳନରେ ସଂଘ ସଭାପତି ଅମୀୟ କୁମାର ମହାନ୍ତି, ସମ୍ପାଦକ ପ୍ରବୀଣ ଚନ୍ଦ୍ର ମହାନ୍ତି, କୋଷାଧକ୍ଷ ସୁକାନ୍ତ ସେନାପତିଙ୍କ ସମେତ ହେମନ୍ତ ରାଉତ, ସଂଜୀବ ମହାନ୍ତି ପ୍ରମୁଖ ସାମିଲ ହୋଇଛନ୍ତି ।