ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକଷ୍ଟମୀ ରଥଯାତ୍ରା ବୈଠକ
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ସତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ୨୦୨୫ ଅଶୋକଷ୍ଟମୀ ରଥଯାତ୍ରାର ସୁ ପରିଚାଲନା ନିମନ୍ତେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧୟାକ ବାବୁ ସିଂହ, ମେୟର ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ସେବାୟତ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ, ସିଭିଲ ଡିଫେନ୍ସ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତାମାନଙ୍କ ସହ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ନିମିତ୍ତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିବାସହ ଚଳିତ ବର୍ଷ ରଥଯାତ୍ରାରେ ସମସ୍ତେ ନିଜନିଜ ଦାୟିତ୍ୱ ନିଷ୍ଠାପର ଭାବେ ସମ୍ପାଦନ କରିବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଚଳିତ ବର୍ଷ ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରାରେ ୨୨ଲକ୍ଷ ଖର୍ଚ୍ଚ ଆକଳନ କରାଯାଇଛି । ମହାପ୍ରଭୁଙ୍କ ରଥ ଦଉଡି ଓଡିଶା କତା ସମବାୟ ସମିତି ଠାରୁ କ୍ରୟ କରିବାକୁ ନିଷ୍ପତି ନିଆଯାଇଛି । ବୈଠକରେ ବିଧାୟକ ଶ୍ରୀଯୁକ୍ତ ସିଂହ ରଥଯାତ୍ରା ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏହା ଏକ ପ୍ରମୁଖ ପର୍ବ ବୋଲି ଅଭିବ୍ୟକ୍ତ କରିବା ସହ ଭାଇଚାରା ବଜାୟ ରଖି ବିଶୃଙ୍ଖଳାକୁ ପ୍ରଶୟ ନଦେଇ ଆନଦ ଉଲ୍ଲାସରେ ବାହୁଡା ଯାତ୍ରା ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।