ତାତିରୁ ନାହିଁ ନିସ୍ତାର: ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା । ଆସନ୍ତାକାଲି ବି ଅସ୍ତବ୍ୟସ୍ତ କରିବ ତାତି । ଆଜିଠୁରୁ ଆସନ୍ତାକାଲି ତାପମାତ୍ରା ଆହୁରି ବଢିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାଢେ ୧୧ଟା ସୁଦ୍ଧା ଯଦି ରିପୋର୍ଟ ଉପରେ ନଜର ପକାଇବା ତେବେ, ୩୮ ଡିଗ୍ରୀ ଟଫିଛି ପାରଦ । ସମ୍ୱଲପୁର ତାପମାତ୍ରା ୩୮.୮ ଡିଗ୍ରୀ, ଝାରସୁଗୁଡା ୩୮, ହୀରାକୁଦ ୩୭.୪ ଡିଗ୍ରୀ, ବାଲେଶ୍ୱର ୩୫.୫ ଓ ଚାନ୍ଦବାଲି ୩୫.୬ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଛି । ରାଜ୍ୟରେ ଲାଗିରହିବ ତାତି, ଅସହ୍ୟ ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ ଅଧିକ ଉତ୍ତାପ ଅନୁଭୂତ ହେବ... ସେହି ଜିଲ୍ଲାଗୁଡିକ ହେଉଛି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ଝାରସୁଗୁଡ଼ା । ୩୦ ତାରିଖ ଅର୍ଥାତ ଆସନ୍ତାକାଲି ବି ଏହି ଜିଲ୍ଲା ଗୁଡିକ ଖରାରେ ସିଝିବ । ବଲାଙ୍ଗୀର, ସୋନପୁର, ବୌଦ୍ଧ ,ସମ୍ବଲପୁର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିରେ ପ୍ରବଳ ଖରା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ । ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।