ମାନସିକ ଅନଗ୍ରସର ମହିଳା ମୁହଁରେ ଫୁଟାଇଲା ହସ

 ନୂଆପଡ଼ା : ଖଡିଆଳ ବ୍ଲକ ଛକ ଠାରୁ ଉଦ୍ଧାର ମାନସିକ ଅନଗ୍ରସର ମହିଳାଙ୍କର ଚିକିତ୍ସା ପରେ ମୁହଁରେ ଏକ ହସର ଝଲକ ଦେଖିବାକୁ ମିଳିଛି । ତାଙ୍କ ହସ ଫୁଟାଇବା ପଛରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନଭନିତା ଦାସଙ୍କ ନିଶ୍ୱାର୍ଥ ସେବା, ଆତ୍ମିୟତା ଭାବରେ ମାନସିକ ରୋଗୀ ଆରୋଗ୍ୟ ପଥରେ । ଉଦ୍ଧାର ସମୟର ଦୃଶ୍ୟକୁ ଦେଖିଲେ ସମସ୍ତେ ନାକ ଟେକି ପଛ ଘୁଞ୍ଚା ଦେଇଥିଲେ । ନାଁ ପାଖରେ ଥିଲେ ବନ୍ଧୁ, ସମ୍ପର୍କୀୟ, ପରିଜନ, ଏକାକୀ ନଭନିତା ଦାସ ଆଗେଇ ଆସି ତା ମୁଣ୍ଡରୁ କ୍ଷତ ସ୍ଥାନରୁ ଓଦା କାନରେ ପୋଛି ଚାଲିଥିଲେ । ଅସଂଖ୍ୟ ପୋକ, ବାହାରିଥିଲା । ବାରମ୍ବାର ସେ ତାକୁ ଚିକିସôା କରି ତା ପାଇଁ ନିଜେ ଖାଉଥିବା ଶାଗ ଏବଂ ଖାଦ୍ୟକୁ ଦେଉଥିଲେ । ଚିକିସôା ସାଙ୍ଗକୁ ସେବାର ଭାବ ପାଇ ଆଜି ମାସକ ମଧ୍ୟରେ ନିଜ ଆରୋଗ୍ୟ ପଥରେ ଅଗ୍ରସର ହେଉଅଛି । ମୁହଁରେ ହସ ଫୁଟାଇବା ପ୍ରଚେଷ୍ଟା ସତରେ  ସେବାର ଏକ ଉଲ୍ଲେଖନୀୟ ଅବଦାନ ଅଟେ । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମନ ତାତ୍ୱବିକ ବିଶେଷଜ୍ଞ ନ ଥିବା ନେଇ ମାନସିକ ରୋଗର ଚିକିସôା ବାଧା ସୃଷ୍ଟି ହେଉଛି । ତେଣୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଅନୁରୋଧ କରାଯାଉଥିବା ଜଣାପଡିଛି ।