ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

କପ୍ତିପଦା:  କପ୍ତିପଦା ବ୍ଲକ୍ ନୁଦଡ଼ିହା ସ୍ଥିତ ମେଘାସନ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡ଼ା, ସାଂସ୍କୃତିକ ଉତ୍ସବ ଉଦ୍ୟାପିତ ହୋଇଯାଇଛି । ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୩ଦିନ ଧରି କ୍ରୀଡ଼ା ଦୁଇଦିନ ଧରି ସାଂସ୍କୃତିକ ଓ ଶୈକ୍ଷିକ କାର୍ଯ୍ୟକ୍ର୍ର୍ରମମାନ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିବା ସହିତ କ୍ରୀଡ଼ା ପତାକାକୁ ଉତ୍ତୋଳନ ଓ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ଡ଼ଃ ନିରଂଜନ ପାଠୀ, ପ୍ରାଧ୍ୟାପକ ବୃନ୍ଦାବନ ମହାନ୍ତି, ବସନ୍ତ କୁମାର ପାତ୍ର, ରମେଶ ଚନ୍ଦ୍ର ନାୟକ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ ଅରୁଣ କୁମାର ଜେନାଙ୍କ ନେତୃତ୍ୱରେ ଅଧ୍ୟାପିକା ତନ୍ମୟୀ ମହାନ୍ତ, ଲୋପାମୁଦ୍ରା ପ୍ରଧାନ, ସନ୍ତୋଷ କୁମାର ଜେନା, ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଡ଼ଃ ଶୁଭଦର୍ଶନୀ ମହାନ୍ତିଙ୍କ ନେତୃତ୍ୱରେ କମଳିନୀ ପଣ୍ଡା, ସସ୍ମିତା ଲାୟା, ଲବ ଟୁଡ଼ୁ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱାତୀ ସୁଚରିତା ପଣ୍ଡା, ହରେକୃଷ୍ଣ ରାଉତ ଶୈକ୍ଷିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଦ୍ୟାପନୀ ଉତ୍ସବରେ ମେଘାସନ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଈଶ୍ୱର ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଉତଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।