ବୀଣାପାଣି ଯୁବକ ସଂଘ ପକ୍ଷରୁ ଜଳଛତ୍ର

ବୈଶିଙ୍ଗା:  ବୈଶିଙ୍ଗା ଥାନା ଅଧୀନ ନଡପୁର ସ୍ଥିତ ଶାଳ ଜଙ୍ଗଲ ମଧ୍ୟରେ ଥିବା ହିଙ୍ଗୁଳା ପୀଠରେ ମେଳା ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆଗ୍ରିଆ ବୀଣାପାଣି ଯୁବକ ସଂଘ ତରଫରୁ ବିଶାଳ ଜଳଛତ୍ର କରି ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଆଗ୍ରିଆର ବୀଣାପାଣି ଯୁବକ ସଂଘ ସଭାପତି ଶିବ ନାରାୟଣ ଘୋଷ, ସମ୍ପାଦକ ଜୀବନ ପରିଡ଼ାଙ୍କ ନେତୃତ୍ୱରେ ବୀଣାପାଣି ଯୁବକ ସଂଘର ସମସ୍ତ ସକ୍ରିୟ ସଦସ୍ୟ ପ୍ରମୋଦ ନାୟକ, ଜିତେନ୍ଦ୍ର ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ରଞ୍ଜନ ପରିଡ଼ା, ଚନ୍ଦନ ଦାସ, ଚନ୍ଦନ ସେଠୀ,ରଞ୍ଜିତ ବାରିକ୍, ଶ୍ରୀଧର ଦେହୁରୀ, ତପସ୍ୱୀ ରାଉତ, ପ୍ରଦୀପ ଦାସ, ସୁମନ୍ତ ପରିଡ଼ା, ବିରକିଶୋର ବିଶ୍ୱାଳ, ବିକାଶ ଦାସ, ଦିଲ୍ଲିପ ମହାନ୍ତି, ଚନ୍ଦ୍ରଶେଖର ବେରା, ରାକେଶ ମହାନ୍ତ, କେଶବ ନାଥ, ଶୁଶାନ୍ତ ପରିଡ଼ା, ହରିଶ ପ୍ରଧାନ, ଯଶୋବନ୍ତ ମହାନ୍ତି, ଶୁଶାନ୍ତ ଭାଇ, ପ୍ରକାଶ ଜ୍ୟୋତି ପ୍ରଧାନ, ଶୁଶାନ୍ତ ବାରିକ୍, ବିଶ୍ୱଜିତ ପରିଡା, ସୁଜିତ ଜେନା, ପିତବାସ ଦେହୁରୀ, ଇନ୍ଦ୍ରଜିତ ଓଝା, ବିକ୍ରମ ନାଥ, ସରୋଜ ଦେହୁରୀ,ତରଣୀ ପଣ୍ଡିତ, ହିମାଂଶୁ ପଣ୍ଡିତ, ନରୋତ୍ତମ ମହାନ୍ତ, ବିଜୟ ଜେନା, ନରେନ୍ଦ୍ର ପରିଡ଼, ଜିତେଶ ନାୟକ, ଧିରୋଜ ସାହାଣୀ, ଅଜିତ ବେହେରା, ସତ୍ୟପ୍ରିୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜଳଛତ୍ରରେ ସକ୍ରିୟ ସହଯୋଗ କରିଥିଲେ ।