ଟ୍ରାକ୍ଟର ଜବତ
ବାରଙ୍ଗ : ବୁଧବାର ବଢିଭୋର୍ ସମୟରେ ବେଆଇନଭାବେ ବାଲି ଉଠାଉଥିବା ବେଳେ ଲଘୁ ଖଣିଜ ବିଭାଗ ପକ୍ଷରୁ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଛି । ବୁଧବାର ଭୋରରେ ବେଲଗଛିଆ ପଞ୍ଚାୟତର କିଛି ଦୂରରୁ କୁଆଖାଇ ନଦୀପଠାରୁ ବେଆଇନ ବାଲି ଉଠାଯାଇ ଅନ୍ୟତ୍ର ଚାଲାଣ ହେଉଥିଲା । ଲଘୁଖଣିଜ ବିଭାଗ ଅଧିକାରୀ ସତ୍ୟପ୍ରିୟ ଶକ୍ତି ପ୍ରସାଦ ସାହୁ, ଚନ୍ଦନ ସାହୁଙ୍କ ସହିତ ବାରଙ୍ଗ ପୁଲିସ ମିଳିତ ଚଢ଼ାଉ କରିଥିଲେ । ପୁଲିସକୁ ଦେଖି ନଦୀ ପଠାରେ ଥିବା ଟ୍ରାକ୍ଟର ଚାଳକ ଓ ତାର ସହଯୋଗୀମାନେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଥିଲେ । ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ବୋଝେଇ କରିଥିବା ୨ଟି ଟ୍ରାକ୍ଟରକୁ ଜବତ କରାଯାଇଛି । ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ରାମଦାସ ପୁର ଇଡକୋ ଶିଳ୍ପାଞ୍ଚଳ ଭିତରୁ ବେଆଇନ ଭାବେ ଚୋରା ମୋରମ ଚାଲାଣ ହେଉଥିବା ୨ଟି ଗାଡ଼ି ଓ ଏକ ମେସିନକୁ ଜବତ କରିଛି ।