ସୈନିକ ସମ୍ମିଳନୀ କାର୍ଯ୍ୟକ୍ରମ

ତାଳଚେର: ଜିଲ୍ଲା ପୂର୍ବ ସୈନିକ ସଂଘ ତାଳଚେର, କଣିହାଁ ଏବଂ ପାଲଲହଡା ଅଞ୍ଚଳର ଶତାଧିକ ଅବସପ୍ରାପ୍ତ ସୈନିକଙ୍କ ଦ୍ୱାରା ଗହମ ନାସି ଠାରେ ଅବସପ୍ରାପ୍ତ ସୈନିକ ମଧୁସୁଦନ ମହାନ୍ତି  ଏବଂ ଦେବେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସୈନିକ ସମ୍ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜିଲ୍ଲା ପୂର୍ବ ସୈନିକ ସଂଘ ସଭାପତି ଅନିଲ ମହାନ୍ତି  ଯୋଗଦେଇ ସମାଜରେ କିପରି ଆମେ  ଅବସର ନେବା ପରେ ସ୍ୱାବଲମ୍ବି ହେବା ସହ ସମାଜ ମଙ୍ଗଳରେ ନିଜକୁ ନିୟୋଜିତ କରିପାରିବା ତାହାର ବାର୍ତ୍ତା  ଦେଇଥିଲେ । ସେହିପରି ଆଦିତ ମହାନ୍ତି ଏବଂ ଅମୂଲ୍ୟ ନାୟକ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟପକ୍ଷରେ ସଂଘ ସଦସ୍ୟ ଜୟ କୃଷ୍ଣ ନାଥ ସମସ୍ତ ସଦସ୍ୟଙ୍କୁ ଏହି ସଂଗଠନ ମୂଳଲକ୍ଷ୍ୟ ତଥା ଏହାର ଉଦେ୍ଦଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ଦୁଇ ବୟୋଜେଷ୍ଠ ପୂର୍ବ ସୈନିକ ଛବିନ୍ଦ୍ର ସିଠ ଏବଂ ଯୁଧିଷ୍ଟିର ସାମଲଙ୍କୁ ସଂଘ ଉପସଭାପତି ରଞ୍ଜିତ ଜେନା ଏବଂ  ପାଲଲହଡା ହବ୍ ଇନ୍ଚାର୍ଜ ସନ୍ତୋଷ ମହାନ୍ତିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କମଧ୍ୟରେ ତାଳଚେର ହବ୍ ର ପଙ୍କଜ ଲୋଚନ ଆୟଚ ଏବଂ ସୁରେନ୍ଦ୍ର ମହାନ୍ତି ପୂର୍ବରୁ ସେନାବାହିନୀ ହେଉ ବା ଅର୍ଦ୍ଧସୈନିକ ବଳରେ ଆଗ୍ରହୀ ଯୁବ ପୀଢ଼ିଙ୍କୁ ନିଶୁଳ୍କରେ ପ୍ରଶିକ୍ଷଣ ଦେଇଆସୁଥିବା ଦୁଇ ସଦସ୍ୟଙ୍କୁ ସଂଘ ସମ୍ପାଦକ ନାରାୟଣ ସାହୁ ଏବଂ ତାଳଚେର ହବ୍  ଉପଦେଷ୍ଟା ବିଜୟ ସାହୁ ସମ୍ମାନିତ କରିବା ସହ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ମିଶ୍ର ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ କିପରି ଏହିଭଳି ଆମ ସଂଗଠନରୁ  ପ୍ରତିଭା ଆଗକୁ ଆସି ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜର ପରିଚୟ ସୃଷ୍ଟି କରିବାର ବାର୍ତ୍ତା ଦେଇଥିଲେ । ବୈଠକରେ ଏକ ପ୍ରସ୍ତୁତି କମିଟି ଗଠନ କରି ଆଗାମୀ ଦିନରେ ବିଭିନ୍ନ ଉନ୍ନତୀମୂଳକ ପଦକ୍ଷେପ ନିମନ୍ତେ ବିଚାର ବିମର୍ଷ  କରାଯାଇଥିଲା । ଏହିପରି ଭାବରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ କାଳନ୍ଦୀ ଚରଣ ପ୍ରଧାନ, ଇନ୍ଦ୍ରମଣି ବାରିକ, ନିତ୍ୟାନନ୍ଦ ମହାନ୍ତି, କେଶବ ଦାସ, ମଳୟ ଜେନା, ଗିରିଶ ଚନ୍ଦ୍ର ସାହୁ ପ୍ରମୁଖ ବିଭିନ୍ନ ପ୍ରକାର ଦାୟିତ୍ୱ ନିର୍ବାହ କରିଥିଲେ ।