ମହିମାଗାଦି ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟିର ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଚାଉଳିଆ ଗ୍ରାମ ପଞ୍ଚାୟତ ଠାରେ ଆଜି ନୂତନ "ମହିମାଗାଦି ବ୍ଲକ "ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଉଳିଆ ସରପଞ୍ଚ ବାବୁଲି ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି ଆବାହକ ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ମହିମାଗାଦି ବ୍ଲକ ଗଠନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବଣସିଂହ ସରପଞ୍ଚ ଜଳଧର ବେହେରା ଢେଙ୍କାନାଳ ସଦର ବ୍ଲକର ୭ ରୁ ଅଧିକ ଗ୍ରାମ ପଞ୍ଚାୟତ ଓ ଗଁଦିଆ ବ୍ଳକର ୮ ଟି ଗ୍ରାମ ପଞ୍ଚାୟତ ବିଭିନ୍ନ କ୍ଷେତ୍ରରେ ଅବ?ହେଳିତ ହେବା ସହିତ ଏ ଅଞ୍ଚଳରେ ଯେଉଁ ହାରରେ ବିକାଶ ହେବା କଥା ତାହା ହୋଇ ପାରିନାହିଁ ବୋଲି କହିଥିଲେ । ଫଳରେ ଭୈ ।ଗଳିକ ଦ୍ରୃଷ୍ଟି କୋଣରୁ ଏହି ପଞ୍ଚାୟତ ଗୁଡିକର ମଧ୍ୟ ସ୍ଥଳରେ ଥିବା ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମହିମାଗାଦି ଠାରେ ବ୍ଲକ ଗଠନ ହେଲେ ଏହି ପଞ୍ଚାୟତ ଜନସାଧାରଣଙ୍କର ସୁବିଧା ହେବ ଓ ବିକାଶ ହେବ ବୋଲି କହିଥିଲେ । ନୂଆଗାଁ ସରପଞ୍ଚ ସନ୍ତୋଷ କୁମାର ଭୂୟାଁ, ଟୁଲୁ ଭୂୟାଁ,ସୋଗରପଶି ସରପଞ୍ଚ ତପନ କୁମାର ପାତ୍ର, ସୁରେଶ ଚନ୍ଦ୍ର ଜେନା, ରାଧାଦେଇପୁର ସରପଞ୍ଚଙ୍କ ପ୍ରତିନିଧି ଧ୍ରୃବ ଚରଣ ବାରିକ, ସାଙ୍କୁଲେଇ ସରପଞ୍ଚଙ୍କ ପ୍ରତିନିଧି ସଂଗ୍ରାମ କୁମାର ମହାନ୍ତି ପ୍ରମୁଖ ମହିମାଗାଦି ବ୍ଲକ ଗଠନକୁ ଦ୍ରୃଢ ସମର୍ଥନ କରିଥିଲେ । କମିଟି ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ସମସ୍ତ ୧୫ ଟି ପଞ୍ଚାୟତ ସଂଗଠିତ ଭାବେ ଜନପ୍ରତିନିଧି ମାନଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ବିଶ୍ୱନାଥ ଚିନ୍ନରା, ଯୋରନ୍ଦା ଆଞ୍ଚଳିକ ବିକାଶ ପରିଷଦ ସଭ୍ୟ ପୀତବାସ ରାଉତ,ଶରତ କୁମାର ରାଉତ,ପଞ୍ଚାନନ ସ୍ୱାଇଁ, ବେଣୁଧର ପାତ୍ର, ଯଦୁନନ୍ଦନ ଦାସ, ଶ୍ୟାମ ସୁନ୍ଦର ସ୍ୱାଇଁ , ଗୋକୁଳ ଚନ୍ଦ୍ର ସାହୁ, ଧର୍ମାନନ୍ଦ ରାଉତ, ପ୍ରସାନ୍ତ ବେହେରା, ସୁଧାକର ସାହୁ, ଜିତେନ୍ଦ୍ର ପାଣି ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସୁଧାଂଶୁ ଶେଖର ରାଉତ ଧନ୍ୟବାଦ୍ ଦେଇଥିଲେ । ଏହି ଅବସରରେ ଆସନ୍ତା ମାର୍ଚ୍ଚ ମାସ ୯ ତାରିଖ ଦିନ ଯୋରନ୍ଦା ଠାରେ କମିଟିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟ ପନ୍ଥା ସ୍ଥିର ହେବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସମସ୍ତ ୧୫ ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବିମାନେ ଯୋଗଦେବା ପାଇଁ ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି ସଭାପତି ଚିତ୍ତରଞ୍ଜନ ମହାନ୍ତି ନିବେଦନ କରିଛନ୍ତି ।