ତପୋବନ ମେଳା ପାଇଁ ପ୍ରସ୍ତୁତି ବୈଠକ

ାା ପ୍ରଭାନୁ୍ୟଜ୍ାା ଢେଙ୍କାନାଳ:  ମହିମା ଧର୍ମର ଆଦ୍ୟପୀଠ ତପୋବନ ମହିମା ବିହାର କାଦୁଆଠାରେ ମହିମା ଧର୍ମର ପ୍ରତିଷ୍ଠାତା ତଥା ପ୍ରବର୍ତ୍ତକ ଯୋଗେଶ୍ୱର ମହିମା ସ୍ୱାମୀଙ୍କର ଗୁରୁଶିଷ୍ୟ ମିଳନ ଦିବସ ତଥା ବାର୍ଷିକ ତପୋବନ ମେଳା ଚଳିତ ନଭେମ୍ବର ମାସ ୧୧ ତାରିଖ ସୋମବାର ଆହୋରାତ୍ର ଅନୁଷ୍ଠିତ ହେବ  । ମେଳାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ମହିମା ତପୋବନ ମେଳାକୁ ସରସ ସୁନ୍ଦର କରି ଆଧ୍ୟାମ୍ବିତ ପରିବେଶ ମଧ୍ୟରେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ  । ବୈଠକର କୌପୁନୀ ଧାରୀ ମହିମା ସମାଜର ସଭାପତି ବାବା ରଘୁନାଥ ଦାସ ଓ ସୁଶାନ୍ତ ବାବା, ବାବା କରୁଣାକର, ବାବା ଦେବେନ୍ଦ୍ର ଦାସ, ବାବା କ୍ଷେତ୍ର ବାସୀ, ଜ୍ଞାନୀ ବାବା, ଜିଲ୍ଲା ସଂଯୋଜକ  ପ୍ରଦୁ୍ୟମ୍ନ ପ୍ରସାଦ ରଥ, ସମ୍ପାଦକ  ପ୍ରଶାନ୍ତ ମହାପାତ୍ର ପ୍ରମୁଖଙ୍କ ସହିତ ସଦର ଉପଜିଲ୍ଲାପାଳ ବିବୁଧ ଗଡନାୟକ ତପୋବନ ମେଳା ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ  । ବୈଠକରେ, ମେଳା ସମୟରେ ଆଇନ ଶୃଙ୍ଖଳା ରକ୍ଷା, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ପରିମଳ ଏବଂ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ସ୍ଥାପନ, ଆଲୋକିକରଣ, ସର୍ପ ଉଦ୍ଧାର ବ୍ୟବସ୍ଥା, ଅସ୍ଥାୟୀ ଆଶ୍ରୟ ସ୍ଥଳ, ଯାତାୟାତ ନିମନ୍ତେ ରାସ୍ତାର ଆବଶ୍ୟକ ମରାମତି ଓ ରାସ୍ତା ସଫା, ପରିବହନ ଏବଂ ଗାଡି ପାକିଂ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା  ।