ମହିଳାଙ୍କ ପ୍ରତି ଅପରାଧ ନିବାରଣ ଉପରେ ସେମିନାର

ନୂଆପଡା: ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ “ ଭୁବନେଶ୍ୱର ରାଜ୍ୟ ସମାଜ ମଙ୍ଗଲ ବୋର୍ଡର ପ୍ରାୟୋଜିତରେ ନୂଆପଡ଼ା ପରିବାର ପରାମର୍ଶ କେନ୍ଦ୍ର ଓ ମିରରର ଯୁଗ୍ମ ଆୟୋଜନରେ “ମହିଳାଙ୍କ ପ୍ରତି ଅପରାଧର ନିବାରଣ ଉପରେ ଏକ ସେମିନାର ଖଡିଆଳ ସ୍ଥିତ ପରୀକ୍ଷିତ ଟାଇଗର କଲେଜରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଆୟକର କମିଶନ ଶ୍ରୀକାନ୍ତ ଚଟର୍ଜି ମୁଖ୍ୟ ଅତିଥି ଯୋଗଦେଇ ମହିଳା ଶିକ୍ଷିତ ଓ ଶଶକ୍ତ ହୋଇ ଆତ୍ମନିର୍ଭର ହେବା ସହ ବୈଜ୍ଞାନିକ ମନୋବୃତ୍ତିର ବିକାଶ ହେଲେ ଯାଇ ନିଜ,ପରିବାର,ସମାଜ ତଥା ଦେଶର ବିକାଶରେ ତାଙ୍କର ମହତ୍ତ୍ୱ ବୃଦ୍ଧି ପାଇପାରିବ ତଥା ସେମାନ ରାଷ୍ଟ୍ର ନିର୍ମାତା ହେଲେ ଦେଶ ଅଗ୍ରଗତି ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ  । ମହିଳାର ଆତ୍ମ ଗରିମା ବଜାୟ ସହିତ ତାଙ୍କର ସାମ୍ବିଧାନିକ ଅଧିକାର ଯେପରି ହନନ ନ ହୁଏ ସେହି ଉପରେ ଆମ୍ଭ? ତଥା ସରକାର ଜାଗ୍ରତ ପ୍ରହରୀ ହୋଇ କାମ କରିବାକୁ ପଡିବା ତଥା ମହିଳା ହିଂସାକୁ ରୋକିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ସେମିନାରରେ ବିଭିନ୍ନ ବକ୍ତା ମନ୍ତବ୍ୟ ଦେଇଥିଲେ  । ସେମିନାରେରେ କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା, ଘରୋଇ ହିଂସା, ଚାଇଲ୍ଡ ମେରେଜ, ଗୁଣିଗାରେଡ଼ି, ଯୌତୁକ ଓ ମାନବ ଚାଲାଣ ଉପରେ ଥିବା ସବୁ ଆଇନର ବିଭିନ୍ନ ଦିଗ ଉପରେ ବିଷଦ ରୂପେ ଆଲୋଚନା ହୋଇଥିଲା  । ଏହି ସେମିନାରରେ ୟୁନିସେଫର ଜିଲା ସଂଯୋଜକ ରଞ୍ଜନ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ସୁରକ୍ଷା ଅଧିକାରୀ ମଞ୍ଜୁଳତା ଶୁକ୍ଳା, ଅଧ୍ୟାପକ ଜିତେନ୍ଦ୍ର ସୁନା, କଲେଜ ନିଦେ୍ଦଶକ ତେଜରାଜ ବାଗ, ବାର ସମ୍ପାଦକ କିଶୋର ବାଗ, ନୂଆପଡ଼ା କେନ୍ଦ୍ରର ସଂଯୋଜକ କାର୍ତ୍ତିକ ବାଗ, ପରାମର୍ଶଦା ଯଶୋବନ୍ତୀ ବାଗ ପ୍ରମୁଖ ସମ୍ମାନିତ ଅତିଥ ରୂପେ ଯୋଗ ଦେଇଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ  ।