ବାଣପୁରରେ ୯୭.୫୭ପ୍ରତିଶତ ବିଦ୍ୟାର୍ଥୀ ସଫଳ
ବାଣପୁର: ବାଣପୁର ବ୍ଲକ ଓ ଏନ୍ଏସି ମଧ୍ୟରେ ଥିବା ୩ଟି ଘରୋଇ ଓ ୨୩ଟି ସରକାରୀ ସ୍କୁଲରେ ୧୯୩୧ଜଣ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ, ୧୮୮୪ଜଣ ସଫଳତା ହାସଲ କରିଛନ୍ତି । ୨୦୨୩ରେ ୧୬ଜଣ ଓ ୨୦୨୪ରେ ୧୧ଜଣ ଏ ଗ୍ରେଡ଼ ପାଇଥିବା ବେଳେ ଚଳିତ ବର୍ଷ ମାତ୍ର ଦୁଇ ଜଣ ଏ ଗ୍ରେଡ଼ ପାଇଛନ୍ତି । ବାଣପୁର ସରସ୍ୱତୀ ଶିଶୁ ବିଦ୍ୟାଳୟର ଛାତ୍ର ଚନ୍ଦନ ସ୍ୱାଇଁ ୫୫୮ ନଂ ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ବାଣପୁର ନୋଡାଲ ୧ର ଛାତ୍ରୀ ସାହୁ ଏ ଗ୍ରେଡ ପାଇଛନ୍ତି । ବାଣପୁର ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ବାଙ୍କିଆ ପଲ୍ଲୀ ସରକାରୀ ହାଇସ୍କୁଲ ଓ ନାରାୟଣ ମାନସିଂହ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ।