ମହୁଲି ଜବତ୍; ଦୁଇ କୋର୍ଟ ଚାଲାଣ
କୁଆଖିଆ : ଦେଶୀ ମହୁଲି ମଦ ବିକ୍ରି ଅଭିଯୋଗରେ ଅବକାରୀ ବିଭାଗ ଦୁଇଜଣ ଗିରଫ ହୋଇ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ କୁଆଖିଆ ଥାନା ଅନ୍ତର୍ଗତ କଳଣ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ଏକ ଘଂଚ ଜଙ୍ଗଲରେ ସେହି ଗ୍ରାମର ରବିନ୍ଦ୍ର ମଳିକ(୪୬) ମହୁଲି ବ୍ୟବସାୟ କରୁଥିବା ନେଇ ରସୁଲପୁର ଅବକାରୀ ବିଭାଗ ଜାଣିବାକୁ ପାଇଥିଲେ । ରସୁଲପୁର ଓଆଇସି ଶ୍ରୀକାନ୍ତ ପଣ୍ଡା,ଏଏସ୍ଆଇ ଚନ୍ଦ୍ରଭାନୁ ଦାସ, କନେଷ୍ଟବଳ ଧବଳେଶ୍ୱର ମହାନ୍ତି, କନେଷ୍ଟବଳ ଲିପ୍ସା ସାହୁ ସଦଳବଳେ ପହଁଚି ଆସାମୀକୁ ଧରିବା ସହିତ ତା ନିକଟରୁ ୪ ଲିଟର ଦେଶୀ ମହୁଲି ମଦକୁ ଜବତ୍ କରିଥିଲେ । ସେହିପରି କଣ୍ଠିଆକଣ ଗ୍ରାମର ଟୁନା ମଲିକ୍(୫୦)ଠାରୁ ୩ ଲିଟର ଦେଶୀ ମହୁଲି ଜବତ୍ କରିବା ସହିତ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି ।