ମଧ୍ୟାହ୍ନଭୋଜନରୁ ଅଣ୍ଡା ଗାୟବ, ଗର୍ଜିଲେ ଶିକ୍ଷକ  

ଚମ୍ପୁଆ: ପ୍ରଧାନମନ୍ତ୍ରୀ ପୋଷଣ ଗାଇଡଲାଇନ ଅନୁସାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ୨ଥର ଭୋଜନରେ ଅଣ୍ଡା ଦିଆଯିବାକୁ ନିଦେ୍ର୍ଦଶ ରହିଛି । ଏଥିପାଇଁ ପ୍ରାଥମିକ ସ୍କୁଲର ପିଲା ପିଛା ୫ ଟଙ୍କା ୯୦ ପଇସା ରୋଷେଇ ଖର୍ଚ୍ଚ ଏବଂ ଉଚ୍ଚ ପ୍ରାଥମିକ ପିଲା ପିଛା ୮ ଟଙ୍କା ୮୨ ପଇସା ଦିଆଯାଉଛି । କିନ୍ତୁ ଏହାକୁ ନେଇ ଏବେ ବ୍ୟତିକ୍ରମ ଦେଖାଦେଇଛି । ଆଗ ଏପେକ୍ଷା ଏବେ ସବୁ ଜିନିଷର ଦର ବଢୁଛି ଠିକ୍ ସେହିପରି ଅଣ୍ଡାର ଦର ବି ବଢିଛି । ଯହାପଳରେ ସ୍କୁଲ ମଧ୍ୟାହ୍ଣ ଭୋଜନରୁ ଅଣ୍ଡା ଗାୟବ ହୋଇଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ ଏହେ ପ୍ରାୟ ସବୁ ସ୍କୁଲରେ ଦେଖିବାକୁ ମିଳିଛି । ଚମ୍ପୁଆ ବ୍ଲକ୍ ଶିକ୍ଷକ ସଂଘ ପକ୍ଷରୁ ଅଣ୍ଡାର ବଜାର ଦର ଅହେତୁକ ବୃଦ୍ଧି ପାଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ମଣ୍ଡଳ ଶିକ୍ଷାଧିକାରୀଙ୍କ ଜରିଆରେ ଜିଲ୍ଲାପାଳ ତଥା ଡିଏମ୍ଏଫ୍ ଚେୟାରମ୍ୟାନଙ୍କୁ ଅବଗତ କରାଇଛନ୍ତି । ସେମାନଙ୍କ ଅଭିଯୋଗ ପିଲା ପିଛା ୫ ଟଙ୍କା ୩୦ ପଇସା ଯୋଗାଇ ଦେଉଥିବା ବେଳେ, ଅଣ୍ଡାର ବଜାର ଦର ୮ ଟଙ୍କା ରହିଛି । ତେବେ ୫ ଟଙ୍କା ୯୦ ଓ ୮ ଟଙ୍କା ୩୨ ପଇସା ପିଲା ପିଛା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଆସୁଥିବା ବେଳେ କେବଳ ଅଣ୍ଡା ଦାମ ୮ ଟଙ୍କା ଏହା ବାଦ୍ ଚାଉଳ, ଡାଲି ଓ କାଠର ଖର୍ଚ୍ଚ କିପରି ଭରଣା ହେବ ସେଥିପ୍ରତି ପ୍ରଶାସନର ନଜର ନାହିଁ । ଯାହାଫଳରେ ପ୍ରତ୍ୟେକ ମାସ ଶିକ୍ଷକଙ୍କ ପକେଟରୁ ଅନୁ୍ୟନ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅଣ୍ଡା ଦୋକାନରେ ପ୍ରତି ମାସ ୧୫ ରୁ ୨୦ ହଜାର ଟଙ୍କା ବାକି ରହୁଥିବାରୁ ଦୋକାନି ମଧ୍ୟ ଅଣ୍ଡା ଯୋଗାଣ ବନ୍ଦ କରିବାକୁ କହୁଛି । ତେଣୁ ମଧ୍ୟାହ୍ନ ଭୋଜନ ପରିଚାଳନା କରିବା ସେମାନଙ୍କ ପକ୍ଷେ ଅସମ୍ଭବ ମନେ ହେଉଛି । ଏହି ବାବଦରେ ଜିଲା ସଙ୍ଘ ପକ୍ଷରୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ରହିବା ବିଡମ୍ବନାର ବିଷୟ ବୋଲି ସଂଘ ସଭାପତି ଚିତଞ୍ଜନ ମହାନ୍ତ ଏବଂ ସମ୍ପାଦକ ପ୍ରଦିପ ମହାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ।