ଗୁରୁ ବ୍ରଦର୍ସ ଏଣ୍ଟରଟେନମେଣ୍ଟ କପ୍ ଉଦ୍ୟାପିତ : ଡାଳିକାଏନ୍ଦା ଚାମ୍ପିଅନ
ରାଜକନିକା: ରାଜକନିକା ବ୍ଲକ୍ ଡାଳିକାଏନ୍ଦା ଠାରେ ଚାଲିଥିବା ଡ. ହୟଗ୍ରୀବ ଗୁରୁଙ୍କ ପ୍ରାୟୋଜିତ ପଞ୍ଚମ ବାର୍ଷିକ ଗୁରୁ ବ୍ରଦର୍ସ ଏଣ୍ଟରଟେନମେଣ୍ଟ କପ୍ ଉଦ୍ୟାପିତ ହୋଇଯାଇଛି । ଖେଳରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ କ୍ଲବ ଡାଳିକାଏନ୍ଦା ଶିବ ସୁନ୍ଦର କ୍ରିକେଟ କ୍ଲବ୍ ବଡାଗରକୁ ୮ ୱିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଛି । ବଡାଗର ପ୍ରଥମେ ବ୍ୟାଟିଂ କରି ୧୮.୦୨ ଓଭରରେ ସମସ୍ତ ୱିକେଟ ହରାଇ ୧୦୦ ରନ କରିଥିବାବେଳେ, ଡାଳିକାଏନ୍ଦା ୧୨ ଓଭରରେ ୨ ୱିକେଟ ହରାଇ ୧୦୧ ରନ କରି ବିଜୟ ହୋଇଥିଲା । ସାମାଜିକ କର୍ମୀ କୈଳାସ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ଦାସ, ମୁଖ୍ୟବକ୍ତା ଶିକ୍ଷାବିତ ବିଦ୍ୟାଧର ବେହେରା ଓ ସମ୍ମାନିତଅତିଥି ଶିକ୍ଷାବିତ ବସୁଦେବ ସ୍ୱାଇଁ, ଗୁରୁ ବ୍ରଦର୍ସ ପକ୍ଷରୁ ଅନିଲ ଗୁରୁ, ଗ୍ରାମ ସଭାପତି ରବୀନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାହୁ, ମୋହନ ବେହେରା ପ୍ରମୁଖ ଯୋଗଦେଇ ଗୁରୁ ବ୍ରଦର୍ସ ପ୍ରଦତ୍ତ ବିଜେତା ଦଳକୁ ୧୫ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିବା ସହିତ ବିଜେତା ଦଳର ବିକ୍ରମ ସ୍ୱାଇଁ ଓ ମାନସ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାଚ୍ ଅଫ ଦି ସିରିଜରେ ପୁରସ୍କୃତ କରିଥିଲେ । ଅଜିତ ଗୁରୁ ଓ ରଜତ ସ୍ୱାଇଁ ଖେଳ ପରିଚାଳନା କରିଥିବାବେଳେ, କ୍ଲବ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା, ବିଶ୍ୱାମିତ୍ର ଜେନା, ଲିପନ ମାହୁନ୍ତ, ଉକେଶ ବେହେରା, ଡକମ ବେହେରା, ରିସନ ଗୁରୁ, ବାବୁଲି ସ୍ୱାଇଁ, ଗୁଡୁ ବେହେରା, ଅମିତ ବିଶ୍ୱାଳ, ରାଜା ସ୍ୱାଇଁ ଓ ସିଲୁ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।