ରାମସେନା ପକ୍ଷରୁ ବିଶାଳ ସମାବେଶ 

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରମହକୁମା ଠାରେ ଶ୍ରୀରାମ ନବମୀ ଉପଲକ୍ଷେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଶହ ଶହ ହିନ୍ଦୁଙ୍କ ସମାଗମ ହୋଇ ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । ଶ୍ରୀରାମ ନବମୀ ଅବସରରେ ଗୋଲାମୁଣ୍ଡା ନଗର ସାରା ଭଗୱା ଧ୍ୱଜ ସହ ରାମ ନାମର ଧ୍ୱନି  ଚାରିପଟେ ପ୍ରଙ୍କପିତ ହେଉଥିଲା  । ଗୋଲାମୁଣ୍ଡା ନଗରରେ ପ୍ରାୟ ଦେଢ଼ କିଲୋମିଟର ପାଖାପାଖି ଗେରୁଆ ରଙ୍ଗ ରେ ରଙ୍ଗିନ ହୋଇଥିଲା ରାଜ ରାସ୍ତା  । ଶ୍ରୀରାମ ନବମୀ ଅବସରରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ହିନ୍ଦୁ ସଙ୍ଗଠନ ଗୁଡ଼ିକ ଯୋଇହୋଥିବା ବେଳେ ମହିଳା ମାନଙ୍କର ସମାଗମ ମଧ୍ୟ ଉସôବ ଟିକୁ ଦ୍ୱିଗୁଣିତ କରିଥିଲା  । ମହିଳାମାନେ ନିଜ ନିଜ ଘର ସମ୍ମୁଖରେ ଝୁଟି ସହ ପୂର୍ଣ୍ଣ କଳସୀ ସ୍ଥାପନ କରିବା ସହ ହିନ୍ଦୁ ରିତୀନୀତି ଅନୁସାରେ ପୂଜାର୍ଚ୍ଚନା କରୁଥିବା ଦୃଶ୍ୟ ପରିଲକ୍ଷିତ ହୋଇଥିଲା  । ଭାରତ ବର୍ଷରେ ଅନ୍ୟାନ୍ୟ ସ୍ଥାନରେ ବହୁ ଆଡମ୍ବର ସହିତ ଶ୍ରୀରାମ ନବମୀ ପାଳନ ହେଉଥିବା ସତ୍ବେ ଗୋଲାମୁଣ୍ଡାରେ ଚଳିତ ବର୍ଷ ଭକ୍ତିମୟ ପରିବେଶ ରେ ଗୋଲାମୁଣ୍ଡା ନଗର ପ୍ରକମ୍ପିତ ହୋଇଥିଲା  । ଶ୍ରୀରାମ ନବମୀ ଶୋଭାଯାତ୍ରା ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ, ବରିଷ୍ଠ ଭାଜପା ନେତା ପ୍ରସନ୍ନ ରାଉତ, ମଣ୍ଡଳ ସଭାପତି ବୈଶାଖୁ କେତକୀ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବିଶ୍ୱହିନ୍ଦୁ ପରିଷଦର ସଭାପତି ସୁଦର୍ଶନ ନେଗୀ , ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗୋଲାମୁଣ୍ଡା ଖଣ୍ଡ ସହ କାର୍ଯ୍ୟ ବାହ ହୃଦାନନ୍ଦ ସା, ପ୍ରଚାର ପ୍ରମୁଖ ବ୍ରହ୍ମା ପ୍ରସାଦ କାଣ୍ଡ, ଗୋଲାମୁଣ୍ଡା ବଜରଙ୍ଗଦଳ ସଂଯୋଜକ ସୌମ୍ୟରଞ୍ଜନ ପଣ୍ଡା, ଏଭିବିପିର କାର୍ଯ୍ୟ କର୍ତ୍ତା ।ଶ୍ରୀରାମ ସେନା ର ସଭାପତି ରାଜେଶ ବିଶି, ସଂପାଦକ ସମିପ ରାଉତ, କୋଷାଧ୍ୟକ୍ଷ ସଚିଦାନନ୍ଦ ନେଗୀ , ଉପ ସଭାପତି ଯଶୋବନ୍ତ ବିଶି ଏବଂ ଶତାଧିକ ରାମ ଭକ୍ତ  ଉପସ୍ଥିତି ଥିଲେ  । ଗୋଲାମୁଣ୍ଡା ହିନ୍ଦୁ ଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଉସôବ ପ୍ରତିବର୍ଷ ପାଳନ ହେବ ବୋଲି ଶ୍ରୀରାମ ସେନା ମତ ବ୍ୟକ୍ତ କରିଥିଲେ  ।