ମାଗୁଣି ପିସିସି ଅନୁଧ୍ୟାନ କମିଟିକୁ ମନୋନୀତ
କୁଆଖିଆ : ଦଳିତ ନେତା ମାଗୁଣି ଜେନା ପିସିସି ଅନୁଧ୍ୟାନ କମିଟିକୁ ମନୋନିତ ହୋଇଛନ୍ତି । ମନୋନିତ କମିଟିରେ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି ଅଧ୍ୟକ୍ଷ ଥିବାବେଳେ ସଭ୍ୟ ଭାବରେ ଲିପିକା ମାଝି, ଅମିତା ବିଶ୍ୱାଳ, ସୁବର୍ଣ୍ଣା ନାୟକ ଅଛନ୍ତି । କମିଟି ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ଠାରେ ନିର୍ମାଣଧିନ ବିମାନ ବନ୍ଦର ଯୋଗୁଁ ବିସ୍ତାପିତ ୪୩ ଆଦିବାସୀ ପରିବାର ବାସହରା ହୋଇ କିପରି ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କ ପ୍ରତି କାହିଁକି ସମ୍ବେଦନଶୀଳ ନାହାନ୍ତି ତାର ଏକ ରିପୋର୍ଟ ପ୍ରସ୍ତୁତ ନିମନ୍ତେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ କମିଟି ଗଠନ କରିଛନ୍ତି ।