ମା’ଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ

 ନବରଙ୍ଗପୁର / ଉମର କୋଟ:    ମା’ଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ । ଏଭଳି ଘଟଣା ଉମରକୋଟ ଠାରେ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ସାମ୍ବାଦିକ ତଥା  ବରିଷ୍ଠ ଆଇନଜୀବୀ ହରିହର ଶତପଥୀଙ୍କ ଧର୍ମପନôୀ କୁନ୍ତଳ କୁମାରୀଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ବ୍ରେନ୍ ଟୁ୍ୟମର ହୋଇଥିବାବେଳେ ଦୁଇଦିନ ପୂର୍ବେ କୁନ୍ତଳାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରା ଯାଇଥିଲା । ଚିକିସôାଧୀନ ଅବସ୍ଥାରେ ଗତ ସୋମବାର ରାତି ତାଙ୍କର ମୃତୁ୍ୟ ଘଟିଛି । ସମାଜର ରୀତିନୀତି ଅନୁସାରେ ଅନ୍ତେଷ୍ଟ୍ରିକ୍ରିୟା କର୍ମ ହିନ୍ଦୁ ଧର୍ମର ନିୟମାନୁସାରେ  କେବଳ ପୁଅ ସମ୍ପନ୍ନ କରିବାର ଅଧିକାର ଥିବାବେଳେ ଅପୁତ୍ରିକ କୁନ୍ତଳାଙ୍କ ଶେଷ କୃତ୍ୟ କାର୍ଯ୍ୟ ତାଙ୍କ ସାନ ଝିଅ ଲୋପାମୁଦ୍ରା ଶତପଥୀ ସମ୍ପନ୍ନ କରିଛନ୍ତି । ତାଙ୍କର କହିବା ଅନୁଯାୟୀ ପୁଅ ନ ଥିବା ବାପା ମା’ଙ୍କ ଶେଷକୃତ୍ୟ କରିବାର ଅଧିକାର ଜନ୍ମିତ ଝିଅର ରହିଛି, ଏହା ଶାସ୍ତ୍ର ମତରେ ବିଧାନ ଅଛି । ସମାଜରେ ଏହି ବାର୍ତ୍ତା ପ୍ରଦାନ କରିବା ସହ ତାଙ୍କ ମା’ଙ୍କ ଆତ୍ମାର ଶାନ୍ତି ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଲୋପାମୁଦ୍ରା । ଏହାକୁ  କିଛି ବୁଦ୍ଧିଜୀବୀମାନେ ବହୁଳ ପ୍ରଶଂସା କରିଛନ୍ତି ।