ଟାଟାଏସି ଧକ୍କାରେ ବୃଦ୍ଧ ମୃତ

 ବେତନଟୀ : ବେତନଟୀ ୧୮ନମ୍ବର ଜାତୀୟ ରାଜପଥ ପୁରୁଣାପାଣି ନିକଟରେ ଏକ ସାଇକେଲରେ ଯାଉଥିବା ବୃଦ୍ଧକୁ ଟାଟା ଏସି ପଛପଟୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ବୃଦ୍ଧଟିର ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ, ବେତନଟୀ ଥାନା ଅଧୀନ ପୁରୁଣାପାଣି ଗ୍ରାମର ନବ ସିଂ ନିଜ ବିଲକୁ ଖତ ପକାଇବାକୁ ଯାଉଥିବା ସମୟରେ ବାରିପଦା ପଟୁ ଆସୁଥିବା ଏକ ଟାଟାଏସି ଗାଡି ଧକ୍କା ଦେବା ଫଳରେ ସେ ରାଜରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ବେତନଟୀ ପୁଲିସ ବୃଦ୍ଧଟିକୁ ଉଦ୍ଧାର କରି ବେତନଟୀ ମେଡିକାଲକୁ ଆଣିଥିଲେ । ଏ ନେଇ ବେତନଟୀ ଥାନାରେ ୧୧୪ ନମ୍ବରରେ ଏକ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ କରାଯାଇଛି ।