ମାଥିଲି ଥାନା ପୁଲିସ୍ ଦ୍ୱାରା ଗଞ୍ଜେଇ ଚ।ଲାଣକାରୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନାର କର୍ମ·ରୀମାନେ ଛତିଶଗଡ଼ ସୀମାନ୍ତ ମୁଣ୍ଡାଗୁଡା ଫାଣ୍ଡି ନିକଟରେ ପାଟ୍ରୋଲିଂ କରୁଥିଲେ ପୁଲିସ୍ । ଏହି ସମୟରେ ଜଣେ ଯୁବକ ଆସୁଥିଲେ । ତାଙ୍କ ଚ।ଲିଚଳନ ଉପରେ ସନେ୍ଧହ କରି ପୁଲିସ୍ କର୍ମୀମାନେ ଯୁବକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଯୁବକ ଜଣଙ୍କ ଧରିଥିବା ବ୍ୟାଗରେ ଗଞ୍ଜେଇ ଥିବା ପୁଲିସ୍ ଜାଣିବାକୁ ପାଇଥିଲେ । ଯୁବକ ଜଣଙ୍କ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଗଞ୍ଜେଇ ·ଲାଣ କରୁଥିବା ଜାଣିବାକୁ ପାଇଛି । ଯୁବକ ଜଣଙ୍କୁ ଗିରଫ କରି ଥାନାକୁ ନେବା ପରେ ବ୍ୟାଗରେ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୬୦ ରୁ ୭୦ ହଜାର ହେବ ବୋଲି ପୋଲିସ ଜାଣିବାକୁ ପାଇଛି । ଗଞ୍ଜେଇ ଜବତ ପରେ ଯୁବକକୁ ଗିରଫ କରି ପୋଲିସ କୋର୍ଟ ·ଳନ କରିଛି । ଗିରଫ ଯୁବକ ଜଣଙ୍କ ମାଥିଲି ଥାନା ଅନ୍ତର୍ଗତ ସିନ୍ଦାବେଡା ଗ୍ରାମର ପ୍ରସାନ୍ତ ନାୟକ ବୋଲି ଜଣାପଡିଛି ।