ଚୋରି ଧରା ପଡିଗଲା ବୋଲି... ଶାଶୂକୁ ଜାଳିଦେଲା ବୋହୂ

ମାଲକାନଗିରି : ଟଙ୍କା ଚୋରି ବେଳେ ଧରା ପଡିବା ପରେ ଶାଶୁଙ୍କୁ ରାସ୍ତାରୁ ହଟେଇବା ପାଇଁ ନିଆଁ ଲଗାଇ ପୋଡି ଦେଲା ବୋହୂ । ଗୁରୁତର ଶାଶୁଙ୍କର ରାୟପୁର ଠାରେ ଚିକିସôା ଜାରିରହିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।
ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୮ ଗ୍ରାମର ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିବା ବେଳେ ବେଳେ ବୋହୂ ଜୟା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପରେ ଘରର କବାଟ ବନ୍ଦ କରି ଚାରି ମାସର ପୁଅକୁ ନେଇ ବାପ ଘରକୁ ଚାଲି ଯାଇଥିବା ନେଇ ଜୟାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ତେବେ ରେଣୁକାଙ୍କ ଦେହରେ ନିଆଁ ଲାଗିବା ହେତୁ ସେ ଚିକôାର କରିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଘର ମଧ୍ୟରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିସôାଳୟରେ ଭର୍ତ୍ତି କରିଥିଲେ । ହେଲେ ରେଣୁକାଙ୍କ ଶରୀରର ୬୦% ପୋଡି ଯାଇଥିବାରୁ ତାଙ୍କୁ ଛତିଶଗଡ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣାକୁ ନେଇ ଜୟାଙ୍କ ସ୍ୱାମୀ ଅବିନାଶ ବୈଦ୍ୟ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୋହୂ ଜୟା ନିଜ ଘରୁ ଟଙ୍କା ଚୋରି କରି ଲୁଚାଇ ରଖୁଥିଲେ । ସ୍ୱାମୀ ଅବିନାଶ ବ୍ୟବସାୟ କରୁଥିବା ବେଳେ ସେଠାରୁ ଜୟା ଟଙ୍କା ଚୋରି କରି ନେଉଥିବା ଶାଶୁ ରେଣୁକା ଜାଣି ଦେଇଥିଲେ । କାଳେ ତାଙ୍କ ଚୋରି ବିଷୟରେ ଶାଶୁ ପରିବାର ଲୋକଙ୍କୁ ଜଣାଇଦେବେ ଏହା ସନେ୍ଦହ କରି ଶାଶୁଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଏନେଇ ଅଭିଯୋଗ ପାଇବା ପରେ ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ବୋହୂ ଜୟା ଛତିଶଗଡର କୋଣ୍ଟକ୍ଷରେ ଥିବା ନିଜ ବାପାଙ୍କ ଘରେ ରହିଥିବା ବେଳେ ସେଠାରୁ ତାଙ୍କୁ ଆଣିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କଥା କଥାକେ ଅଥବା ପାନରୁ ଚୁନ ଖସିଲେ କଥା କହୁଛି ବନ୍ଧୁକ । ଏହାକୁ ଭିତ୍ତି କରି ପୁଲିସ୍ ପକ୍ଷରୁ ସୁଚିନ୍ତିତ ଯୋଜନା ଜରିଆରେ ଚଢ଼ଉ କରାଯାଇଛି । ପୁଲିସ ପକ୍ଷରୁ ଉପରୋକ୍ତ ଅଞ୍ଚଳରେ ଚଢଉ କରି ମାଉଜର ଜବତ ଅଭିଯାନ ଚଳାଇଛି । ଚୋରା ମାଉଜର କାରବାରରେ ସଂଶ୍ଲିଷ୍ଟ ଥିବା ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆସିକା ଏସଡିପିଓ ଏବଂ ପୁରୁଷୋତ୍ତମପୁର ଏସଡିପିଓ ଅପରାଧୀଙ୍କୁ ନାକେଦମ କରିବା ପରେ ଏହା ଗଞ୍ଜାମ ପୁଲିସ ପାଇଁ ବଡ ସଫଳତା ଆଣିଛି । ଅନେକ ଦିନ ପରେ ପୁଲିସର ଏହା ବଡ଼ ସଫଳତା ବୋଲି କୁହାଯାଉଛି । ଖାଲି ବାଲି ପାଇଁ ନୁହେଁ ମଦ ମାଫିଆଙ୍କୁ ଏହି ଅପରାଧୀମାନେ ସୁରକ୍ଷା ଦେଇ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । କିଛିଦିନ ତଳେ ଆସ୍କା ଅଞ୍ଚଳରେ ଜଣେ ବାଲି ମାଫିଆଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଖବର ପ୍ରଚାର ହେବା ପରେ ପୁଲିସର ନିଦ ହଜି ଯାଇଥିଲା । ପୁଲିସ ରାତି ଦିନ ଏକ କରି ଅପରାଧୀ ସହିତ ଅନେକ ମାଉଜର ଜବତ କରିବାରେ ସକ୍ଷମ ହୋଇଛି ।