ମାରଣାସ୍ତ୍ର ଦେଖାଇ ବ୍ୟବସାୟୀ ଘରେ ଡକାୟତି
ାା ପ୍ରଭାନୁ୍ୟଜ୍ ।ା ସାରସକଣା, : ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା ଜଣେ ବ୍ୟବସାୟୀ ଘରେ ବନ୍ଧୁକ ଦେଖାଇ ମୋବାଇଲ, ଟଙ୍କା, ସୁନା ମୋଦି ସୁନା କାନଫୁଲ ଲୁଟ ହୋଇଥିବା ନେଇ ଝାରପୋଖରିଆ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ପୋଖରିଆ ଗ୍ରାମର ଅରବିନ୍ଦ କୁମାର ବାଜପେୟୀ ଓ ସ୍ତ୍ରୀ ସୁରେନ୍ଦ୍ରୀ ବାଜପେୟୀ ନିଜର ଘର ସମ୍ମୁଖରେ ଥିବା ମନୋହରି ଦୋକାନ ବନ୍ଦ କରି ରାତି ପ୍ରାୟ ୮ଟା ସମୟରେ ଘରେ ସ୍ୱାମୀ ସ୍ତ୍ରୀ ବସି ଖାଉ ଥିବାବେଳେ ହଟାତ ତିନି ଜଣ ଯୁବକ ପିସ୍ତଲ ଓ ଭୁଜାଲି ଧରି ଜୋର କରି ଘରେ ପ୍ରବେଶ କରିଥିଲେ । ମୁଣ୍ଡରେ ପିସ୍ତଲ ରଖି ସ୍ୱାମୀ ସ୍ତ୍ରୀ ଙ୍କ ମୁହଁରେ ବ୍ଲାକ ଟେପ ମାରି ଦୁଇ ଜଣଙ୍କୁ ବାନ୍ଧି ଗୋଟିଏ ରୁମ ଭିତରକୁ ନେଇ କଉଠି ଟଙ୍କା ସୁନା ରଖିଛୁ କହ ନ ହେଲେ ମାରିଦେବୁ । ତେବେ ସ୍ୱାମୀ ସ୍ତ୍ରୀ ଜୀବନ ବଞ୍ଚ?ଇବା ପାଇଁ ପାଖରେ ଥିବା ଟଙ୍କା ୩୦ ୦୦୦/- ଟଙ୍କା,ସୁନା ମୋଦି, କାନ ଫୁଲ, ରଖିଥିବା ସ୍ଥାନ ଦେଖାଇ ଦେବାରୁ ଡକାୟତ ମାନେ ନେଇଯାଇଛନ୍ତି । ଝାରପୋଖରିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ହେଉଥିଲେ ମଧ୍ୟ ଚର ଧରିବାରେ ଝାରପୋଖରିଆ ପୋଲିସ ଆଶାନୁରୂପ ସଫଳ ହେଇ ପାରୁନଥିବା ଅଞ୍ଚଳବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଚି । ସିସି ଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରିବା ସହ ଡକାୟତ ରାକେଟ ଧରିବା ପାଇଁ ପ୍ରୟାସ କରୁଥିବା ବେଳେ, ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି ।