ଷ୍ଟ୍ରିଟ୍ ଲାଇଟ ଅଚଳ, ହିସାବ ରଖୁନି ପ୍ରଶାସନ

 ଗୋପ: ବ୍ଲକର ସବୁଠୁ ଲୋକପ୍ରିୟ ଉତ୍ସବ ହେଉଛି ଗୋପ ଲୋକ ମହୋତ୍ସବ ବା ସାଗର ସାନ୍ନ ମେଳଣ । ଆଗକୁ ଗୋପ ଲୋକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଆମନ୍ତ୍ରିତ ଦୋଳ ବା ବିମାନରେ ଥିବା ଠାକୁର ଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚାୟତରେ ଥିବା ଷ୍ଟ୍ରିଟ ଲାଇଟକୁ ସଚଳ କରିବାପାଇଁ କାହାରି ଆନ୍ତରିକତା ନାହିଁ । ଏ ସମ୍ପର୍କ ରେ ଆମ ପ୍ରତିନିଧି ବିଡିଓ ଛବିରାଣୀ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ । କିନ୍ତୁ ଷ୍ଟ୍ରିଟ ଲାଇଟ ସମ୍ପର୍କ ଜିପିଓ ତଥ୍ୟ ଦେଇପାରିବେ ବୋଲି ବିଡିଓ କହିଥିଲେ । ଜିପିଓଙ୍କୁ ତଥ୍ୟ ମାଗିବାରୁ ସେ ଜାଣିନି ବୁଝିକି କହିବେ ବୋଲି କହିଥିଲେ । ଗୋପ ବ୍ଲକ୍ର ୩୧ ପଞ୍ଚାୟତରୁ ଗୋଟିଏ ପଞ୍ଚାୟତର ତଥ୍ୟ ପ୍ରଦାନ କ୍ଷେତ୍ରରେ ବ୍ଲକ ପ୍ରଶାସନିକ ଅଧିକାରିଣୀ ଅସମର୍ଥ କାହିଁକି? ଏଣୁ ପୂର୍ବତନ ସରପଞ୍ଚ ଓ ନୂତନ ସରପଞ୍ଚଙ୍କ ସହିତ ଯୋଗାଯୋଗ କଲାପରେ ତଥ୍ୟ ହସ୍ତଗତ ହୋଇଥିଲା ।  ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁଙ୍କ ସମୟରେ ୩ ସହ ଷ୍ଟ୍ରିଟ ଲାଇଟ ଲାଗିଥିଲା ୨୨ ଟା ୱାର୍ଡ ପାଇଁ କ୍ଷ ରକ୍ଷଣ ବ୍ୟକ୍ଷଣ ନିମନ୍ତେ ୩ ଲକ୍ଷ ଟଙ୍କା ଗଛିତ ଥିବା ସତ୍ତ୍ୱେ ଆଜି ସମସ୍ତ ଲାଇଟ ଅଚଳ କହିଲେ ଚାଲିବ । ପୂର୍ବରୁ ୩ ସହ ବର୍ତମାନ ସରପଞ୍ଚଙ୍କ ସମୟରେ ୩୦ ଟା ମୋଟ ୩୩୦ ଲାଇଟ ମଧ୍ୟରୁ ୩୦ ଟା ଜଳୁଛି ଅବଶିଷ୍ଟ ଲାଇଟ ଅଚଳ ହୋଇପଡିଛି । କାହାର ସେନ୍ସର କାମ କରୁନି ତ କାହାର ତାର ଛିଡିଗଲାଣି । କେତେଟା ଦିନରେ ଜଳୁଛୁ ତ ଆଉ କେତେଟା ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଏ ସମ୍ପର୍କରେ ବିଡିଓ ଛବିରାଣୀ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ ବିଡିଓ ମାଡାମ କହିଲେ ଯେ ଆପଣ ଜିପିଓ ମାଡାମଙ୍କୁ ଯୋଗାଯୋଗ କର ସମସ୍ତ ତଥ୍ୟ ମିଳିଯିବ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଏ ସମ୍ପର୍କ କେହି ଜଣେ ବି ଅଧିକାରୀ କିମ୍ବା ଅଧିକାରିଣୀଙ୍କ ଠାରୁ ଉତ୍ତର ମିଳିଲା ନାହିଁ । ଶେଷରେ ପୂର୍ବତନ ଓ ନୂତନ ସରପଞ୍ଚଙ୍କୁ ସାକ୍ଷାତ କଲାପରେ ସୂଚନାଟି ମିଳିଲା । ବିଦୁ୍ୟତ୍ ବିଭାଗ ଲକ୍ଷାଧିକ ଟଙ୍କା ବାକି ରହିଛି ତାହା ମଧ୍ୟ ସଠିକ ସମୟରେ ପଇଠ କରାଯାଉନାହିଁ । ଯଦିଓ ଭେଣ୍ଡର ସହିତ ପଞ୍ଚାୟତର ଚୁକ୍ତିନାମା ହୋଇଛି ରକ୍ଷଣ ବ୍ୟକ୍ଷଣ କରିବା ପାଇଁ  ସତ କିନ୍ତୁ ଗୋପ ବ୍ଲକ୍ ପ୍ରଶାସନିକ ଅଧିକାରିଣୀଙ୍କ ପାଖରେ ତଥ୍ୟ ରହୁନି । କେଁଉ କାଳରୁ ଚାଲିଆସୁଛି ଏହି ପରମ୍ପରା । ଆଉ ଗୋପ ବଜାର ଠାରୁ କୁଶଭଦ୍ରା ନଦୀ ପଠା ପର୍ଯ୍ୟନ୍ତ ଶତାଧିକ ଦୋକାନ ଦୋଳି ନାନାଦି ମନୋରଞ୍ଜନଭିତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଯଦି ଖୁଣ୍ଟିରେ ଥିବା ବିଜୁଳିବତୀକୁ ସଚଳ କରା ନଯାଏ ତେବେ ଅନେକ ଅଘଟଣ ଘଟିପାରେ ବୋଲି ପୂର୍ବନୁମାନ କରାଯାଉଛି । ଏଣୁ ଗୋପ ପଞ୍ଚାୟତରେ ଲାଗିଥିବା ସମସ୍ତ ଅଚଳ ଷ୍ଟ୍ରିଟ ଲାଇଟ୍କୁ ତୁରନ୍ତ ସଚଳ କରିବାକୁ ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତଙ୍କ ପକ୍ଷରୁ ଦାବି କରାଯାଇଛି ।