ମାର୍ଚ୍ଚ ୨୫ ସୁଦ୍ଧା ଧାନ ସଂଗ୍ରହ ସାରିବାକୁ ନିଦେ୍ର୍ଦଶ
ପୁରୀ : ପୁରୀ ଜିଲ୍ଲାର ପଞ୍ଜିକୃତ ୪୮୯୬୪ କୃଷକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୨୨୪୮ ଚାଷୀ ଧାନ ବିକ୍ରି କରି ସାରିଲେଣି । ଅବଶିଷ୍ଟ ୧୬୭୧୬ ଚାଷୀଙ୍କ ଠାରୁ ମାର୍ଚ୍ଚ ୨୫ ସୁଦ୍ଧା ଧାନ କ୍ରୟ ସାରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗାଣ ବିଭାଗ ଓ ମିଲରମାନଙ୍କୁ କଡା ନିଦେ୍ର୍ଦଶ ଦେଇଛନ୍ତି । ଆଜି ଅପରାହ୍ନରେ ସର୍କିଟ ହାଉସଠାରେ ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମୀକ୍ଷା କରିଥିଲେ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ଚାଷୀମାନଙ୍କୁ କୁ୍ୟଣ୍ଟାଲ ପିଛା ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସବସିଡ ଦେଉଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୧ କୋଟିରୁ ଉର୍ଦ୍ଧ ଟଙ୍କା ଇନପୁଟ ସବସିଡ ହିସାବରେ ଚାଷୀ ପାଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୧୬୭୧୬ ଚାଷୀ ଧାନ ବିକ୍ରୟ ପାଇଁ ରହିଛନ୍ତି । ଏ ସମସ୍ତ ଚାଷୀମାନଙ୍କ ଠାରୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ଧାନ ସଂଗ୍ରହ କରିବା ସହ ସେମାନଙ୍କୁ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଇନପୁଟ ସବସିଡ ରାଶି ସହ ପ୍ରଦାନ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ । ଯେମିତି କୌଣସି ଚାଷୀ ତାହାର କଷ୍ଟ ଉପାର୍ଜିତ ଶସ୍ୟ ବିକ୍ରିରେ ସମସ୍ୟାର ସମ୍ମୁଖୀନ ନ ହୁଏ ଓ ଧାନ ବିକ୍ରିରୁ ବଞ୍ଚିତ ନ ହୁଏ ସେଥିପ୍ରତି ସତର୍କ ରହିବାକୁ ଉପମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ପାଇଁ ଆତ୍ମହତ୍ୟା କଲେ ସ୍ୱାମୀ