ମାହେଶ୍ୱରୀ ସଂଗଠନର କେନ୍ଦ୍ରୀୟ କମିଟି ବୈଠକ
ବଲାଙ୍ଗିର : ସ୍ଥାନୀୟ ବେବି ବବୁଲ୍ସ ପ୍ଲେ ସ୍କୁଲ, ସ୍ୱର୍ଣ୍ଣଭବନ, ଖୁଜେନପାଲି ବଲାଙ୍ଗିର ଠାରେ ମାହେଶ୍ୱରୀର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ଆଗଲପୁର, ଲୋଇସିଂହା, ଦେଓଗାଁ,ଟିଟିଲାଗଡ, ଖପ୍ରାଖୋଲ, ପାଟଣାଗଡ, ବଲାଙ୍ଗିର ସଦର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ତରଭାର ବ୍ଲକ ଅଧ୍ୟକ୍ଷ ଓ ସଂଯୋଜକମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ମାହେଶ୍ୱରୀ ସଂଗଠନର ସାଂଗଠାନିକ ବୃଦ୍ଧି, ଯୁବ ଶକ୍ତିର ସଠିକ୍ ଦିଗରେ ପ୍ରବାହ ଓ ସମାଜକୁ ଉନ୍ନତିର ପଥରେ ଆଗେଇ ନେବା ବିଷୟରେ ଚର୍ଚ୍ଚା ହେଲା । ଏହି ମାନ୍ୟତା ସହିତ ଏହି ବର୍ଷ ମଧ୍ୟରେ ଗୋଟିଏ ବଡ ରୂପରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ନାରୀ ସଶକ୍ତିକରଣ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକରେ ଅନୁଷ୍ଠିତ କରାଯିବା ନିଷ୍ପତ୍ତି ହୋଇଛି । ବିଶେଷ ଭାବରେ ଗ୍ରାମ ଓ ପଂଚାୟତ ସ୍ତରରେ ଯୁବମାନେ ଅଗ୍ରଣୀ ଭୂମିକା ନିର୍ବାହ କରିବେ । ସଭାରେ ମାହେଶ୍ୱରୀ ପରିବାରର ମୁଖ୍ୟ ନେତୃତ୍ୱ ପରି·ଳନା ନିଦେ୍ର୍ଦଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ ଓ ସବୁ ବ୍ଲକ ସଭାପତି ଏବଂ ସଂଯୋଜକମାନେ ସଂଗଠନର ଭବିଷ୍ୟତ ନୀତି ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ମନ୍ତବ୍ୟ ରଖିଥିଲେ । ମାହେଶ୍ୱରୀ ଏକ ସମିତି ମଂଚ ଯାହା ଏବେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭାବେ ଉଦୟମାନ ହେଉଛି । ଏହି ପ୍ରୟାସ ମାଧ୍ୟମରେ ଏକ ଶକ୍ତିଶାଳୀ ସମାଜ ଗଠନ ଓ ଯୁବକମାନେ ନେତୃତ୍ୱ ଭାବ ନେବା ଆହ୍ୱାନ ଦିଆଯାଇଛି ।