ରାସ୍ତାରେ ହେଲା ବଜ୍ରପାତ, ଚାଲିଗଲା ୨ ଜୀବନ
ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବଞ୍ଜରୀ ଅଞ୍ଚଳର ଅଶୋକ ରୋହିଦାସ (୪୫) ଓ ଚୁଡ଼ାମଣି ରୋହିଦାସ(୨୯) ସକାଳ ସାଢ଼େ ଚାରିଟା ସମୟରେ କୁରେବଗାସ୍ଥିତ ପାଉଁଶ ପୋଖରୀକୁ ଯାଇଥିବା ବେଳେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ମୃତକ ଦ୍ବୟ ଘରକୁ ଫେରୁଥୁବା ବେଳେ ରାସ୍ତାରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।